ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର) ଗତକାଲି ୧୯ ଜୁନ ୩ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ତରଫରୁ ସଭାପତି ରାଜୀବ ପଟ୍ଟନାୟକ ସଭାପତିତ୍ବରେ ଜିଲ୍ଲା ସ୍ଥରିୟ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା। ସମ୍ମିଳନୀରେ ଆଲୋଚନା ପ୍ରସଙ୍ଗ ଥିଲା, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ। ଜିଲ୍ଲା ସ୍ତରୀୟ କାର୍ଯ୍ୟ କ୍ରମ ଖୋର୍ଦ୍ଧା ଜୟରାଜ୍ ଗୁରୁ ଟାଉନ ହଲ ଠାରେ କରାଯିବା ସହିତ ରାଜ୍ୟ ବିଜେପି, ସରକାର ଏକ ବର୍ଷ ପୂର୍ତ୍ତି ର ବିଫଳତା ପ୍ରଦେଶ କଂଗ୍ରେସ ତରଫରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ବାସି ଙ୍କୁ ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଅବଗତ କରାଇ ଥିଲେ। ଉକ୍ତ କାର୍ଯ୍ୟ କ୍ରମରେ ଜିଲ୍ଲା ପ୍ରଭାରୀ ପିସିସି ଉପସଭାପତି ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି, ବାସୁଦେବପୁର ବିଧାୟକ, ପ୍ରଦେଶ କଂଗ୍ରେସ ର ସାଧାରଣ ସମ୍ପାଦକ ଅଶୋକ ଦାସ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ୟାସିର୍ ନବାଜ୍ ଙ୍କ ସମେତ ଜିଲ୍ଲାର ସମସ୍ତ ବିଧ୍ୟାକ ପାର୍ଥି, ବ୍ଲକ୍, ନଗର କଂଗ୍ରେସ ସଭାପତି, ରାଜ୍ୟ, ଜିଲ୍ଲା ସ୍ତରୀୟ ନେତୃମଣ୍ଡଳୀ କର୍ମୀ ମାନେ ଅଂଶ ଗ୍ରହଣ କରି ଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
More Stories
ଉତ୍କଳକ ସାମ୍ବାଦିକ ସଂଘର ଖୋର୍ଦ୍ଧା ଜିଲ୍ଲା ସାଧାରଣ ବୈଠକ ଅନୁଷ୍ଟିତ ।
ଶ୍ରୀବ୍ୟାସଦେବଙ୍କ ଜନ୍ମ ତିଥିରେ ଗୁରୁ ପୂର୍ଣ୍ଣିମା, ଆଲୋଚନା ଚକ୍ର।
ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ‘ମା ପାଇଁ ଗଛଟିଏ ‘ ସାମୁହିକ ବୃକ୍ଷରୋପଣ