(ଯୋଗାସନ ଛାତ୍ରଛାତ୍ରୀଙ୍କ ମେଧାଶକ୍ତି, ଧୀଶକ୍ତି, ସ୍ମରଣ ଶକ୍ତି ଉଦ୍ଜୀବିତ କରେ – ମୁଖ୍ୟ ଅତିଥି)
ଗଞ୍ଜାମ:(ଆମ ଓଡିଶା ଖବର)ଆସିକା ତା ୨୧/୬ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏବଂ ଏନ୍.ସି.ସି., ୟାଇ.ଆର.ସି., ସ୍କାଉଟ୍ ଓ ଗାଇଡ୍ସର ଏବଂ ଏନ୍ଏସ୍ଏସ୍ ଶାଖାର ମିଳିତ ଆନୁକୂଲ୍ୟରେ ଅାନ୍ତଃର୍ଜାତୀୟ ଯୋଗ ଦିବସ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ଯୋଗ ପ୍ରଶିକ୍ଷକ ସ୍ବମହାବିଦ୍ୟାଳୟର ଅବସର ପ୍ରାପ୍ତ କ୍ରୀଡାଶିକ୍ଷକ (ପିଇଟି) ସନ୍ତୋଷ କୁମାର ପ୍ରଧାନ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କ ତତ୍ତ୍ବାବଧାନରେ ସମସ୍ତ ୟୁନିଟର ଅଧିକାରୀ ଓ ଉପଦେଷ୍ଟା ସରୋଜ କୁମାର ପଣ୍ଡା, ରାଜେଶ କୁମାର ସାହୁ, ଡ. ଅଜିତ କୁମାର ମୁନୀ, ଚ଼ିତ୍ରସେନ ବେହେରା, ଚନ୍ଦନ ମାରାଣ୍ଡି, ରଶ୍ମୀପ୍ରିୟା କାଲୋ, ଯୋଗେଶ୍ବରୀ ଧରୁଆ, ପବିତ୍ର ଧାଙ୍ଗଡାମାଝୀ, ମାଧୁରୀ ହେମ୍ବ୍ରମଙ୍କ ସୁପରିଚାଳନାରେ ସଂପାଦିତ ହୋଇପାରିଥିଲା। ଡ. ମୁନୀ ଅତିଥିମାନଙ୍କୁ ମଞ୍ଚାସୀନ କରାଇଥିଲେ। ଯୋଗ ପ୍ରଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ସମସ୍ତ ସ୍ବେଚ୍ଛାସେବୀ, କ୍ୟାଡେଟ୍ ଏବଂ ଛାତ୍ରଛାତ୍ରୀଙ୍କୁ ସୂର୍ଯ୍ୟ ନମସ୍କାର ସହ କପାଳ ଭାଟୀ, ଅନୁଲୋମ ବିଲୋମ ଏବଂ ଯୋଗାସନର ବିଭିନ୍ନ ମୁଦ୍ରାଗୁଡିକୁ ଅବଗତ କରାଇଥିଲେ। ନିତ୍ୟପ୍ରତିଦିନ ଯୋଗାସନ ଦ୍ବାରା କୌଣସି ବ୍ୟାଧି ଆସିପାରେ ନାହିଁ ଏବଂ ସ୍ବତନ୍ତ୍ରରୂପେ ଛାତ୍ରଛାତ୍ରୀଙ୍କ ମେଧାଶକ୍ତି, ଧୀଶକ୍ତି, ସ୍ମରଣ ଶକ୍ତି ଉଦ୍ଜୀବିତ ହୁଏ ବୋଲି ସୂଚ଼ନା ଦେଇଥିଲେ। ପ୍ରାକ୍ତନ ଛାତ୍ରୀ ସୁଶ୍ରୀ ଦୀପାଞ୍ଜଳୀ ସ୍ବାଇଁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଯୋଗାସନ ପ୍ରଶିକ୍ଷଣ ଦେଇଥିଲେ। ଅଧ୍ୟକ୍ଷ ଡ. ଚୌଧୁରୀ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଯୋଗାସନ ନିମନ୍ତେ ମିଳିତ ଜାତିସଂଘରେ ଯେଉଁ ବଳିଷ୍ଟ ପଦକ୍ଷେପ ଉତ୍ଥାପନ କରିଥିଲେ, ତାର ମହତ୍ତ୍ବକୁ ବିଶ୍ବର ୧୭୫ ଦେଶ ସ୍ବୀକୃତି ପ୍ରଦାନ କରିଥିଲେ ବୋଲି କହିଥିଲେ। ଏହି ଶିବିର ଆମ ପରିଚିତି ମଣ୍ଡପ ସମୀପ ମୁକ୍ତାକାଶ ତଳେ ସକାଳ ଘ ୭: ୩୦ ମିନଟ ସମୟରେ ସମସ୍ତ ୟୁନିଟର ଶତାଧିକ ସ୍ବେଚ୍ଛାସେବୀ, କ୍ୟାଡେଟ୍ ଏବଂ ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତାଙ୍କ ଦ୍ବାରା ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ସୁଚାରୁ ରୂପେ ଆୟୋଜିତ ହୋଇପାରିଥିଲା। ଉକ୍ତ ପରିପ୍ରେକ୍ଷୀରେ ସନାତନ ପାଢ଼ୀ, ଧନଞ୍ଜୟ ମହାପାତ୍ର, ସୁଧୀର କୁମାର ସାହୁ ଏବଂ ଶତ୍ରୁଘ୍ନ ଗୌଡ ଉପସ୍ଥିତ ଥିଲେ। ପରିଶେଷରେ ଡ.ମୁନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସମାପ୍ତ ପରେ ମୁଖ୍ୟ ଅତିଥି, ଅଧ୍ୟକ୍ଷ, କର୍ମଚାରୀ, ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ଦ୍ବାରା ବୃକ୍ଷ ରୋପଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ବାରା କ୍ୟାମ୍ପସ ସଫେଇ ମଧ୍ୟ କରାଯାଇଥିଲା।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
“”ଆନ୍ତର୍ଜାତିୟ ଯୋଗ ଦିବସ ସାରା ଅଞ୍ଚଳ ରେ ପାଳିତ “”
ଗୋପାଳପୁର ରେ ଘଟିଥିବା ଗଣ ବଳକ୍ତାର ସାରା ରାଜ୍ୟକୁ ନିନ୍ଦିତ
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।