“”ଆନ୍ତର୍ଜାତିୟ ଯୋଗ ଦିବସ ସାରା ଅଞ୍ଚଳ ରେ ପାଳିତ “”

ଗଞ୍ଜାମ: ଆସିକା ବ୍ଳକ ଅନ୍ତର୍ଗତ ଜୟପୁର ପଞ୍ଚାୟତ କାର୍ଯ୍ୟାଳୟରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହୋଇଯାଇଛି। ତତ୍ ସହିତ ଆଦର୍ଶ ଶିଶୁ ବିଦ୍ୟା ମନ୍ଦିର ବାବନପୁର ଠାରେ ମଧ୍ୟ ଅନୁରୂପ ଯୋଗ ଦିବସ ପାଳିତ ହୋଇଯାଇଛି।ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ଓ ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ନାୟକ ଙ୍କ ଦ୍ଵାରା ସ୍କୁଲ ପରିସରରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜୟପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନେ ଓ କିଛି ୟୁଥ୍ କୁ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଯୋଗ ଶିକ୍ଷକ ଦ୍ବାରା ସମସ୍ତଙ୍କୁ ଅଭ୍ୟାସ କରାଇଥିଲେ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଶାନ୍ତ କୁମାର ଭୂୟାଁ, ସମିତି ସଭ୍ୟ ଅମିତ କୁମାର ନାହାକ ଏବଂ ୟୁଥ୍ ସହ ଛାତ୍ରଛାତ୍ରୀମାନଙ୍କୁ ମାନଙ୍କୁ ନେଇ ସକାଳ ୭ଟା ବେଳେ ଆରମ୍ଭ ହୋଇ ୯ ଠାରେ କାର୍ଯ୍ୟକ୍ରମ ଶେଷ ହୋଇଥିବା ଜଣାଯାଇଛି। ଯୋଗାଭ୍ୟାସ ପରେ ସମସ୍ତ ଙ୍କୁ ଗ୍ଲୁକୋଜ ଓ ବିସ୍କୁଟ ବିତରଣ କରାଯାଇଥିଲା।

ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!