ରାୟଗଡ଼ା ଜିଲ୍ଲା :-(ଆମ ଓଡିଶା ଖବର )ତା: ୨୧/୦୬ – ରାୟଗଡ଼ା ସ୍ଵଂୟ ଶାସିତ ମହାବିଦ୍ୟାଳୟ ଠାରେ ଏକାଦଶ ଆନ୍ତର୍ଜାତୀୟ ଯୋଗ ଦିବସ ( ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ) ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ଯୋଗ ପ୍ରଶିକ୍ଷିକା ଡ. ସରସ୍ଵତୀ ରାୟ ଯୋଗର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରି ମଣିଷର ସୁସ୍ଥ ଶାରୀରିକ ଓ ମାନସିକ ଜୀବନ ପାଇଁ ଯୋଗର ମହତ୍ତ୍ୱ ଉପରେ ମତବ୍ୟକ୍ତ କରିବା ସହ ଅଧ୍ୟକ୍ଷାଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ,କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଯୋଗ ସଙ୍ଗମ ପର୍ଯ୍ୟାୟରେ ଆସନ, ପ୍ରାଣାୟାମ ଓ ଧ୍ୟାନର ଅଭ୍ୟାସ କରିଥିଲେ । ହରିତ୍ ଯୋଗ ପର୍ଯ୍ୟାୟରେ ରାୟଗଡ଼ା ସହକାରୀ ଜଙ୍ଗଲ ସଂରକ୍ଷଣକାରୀ ଶ୍ରୀ ସତୀଶ କୁମାର ଧାଡୁଆ ଙ୍କ ସହାୟତାରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୋଗ କ୍ଲବ୍, ଏନ.ସି.ସି, ଏନ. ଏସ. ଏସ, ଓ ରେଡ୍ କ୍ରସ୍ ଦ୍ୱାରା ସଫଳତାର ସହ ଆୟୋଜିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ପି.ଅରୁଣ କୁମାର, ଟି. ଜ୍ୟୋତି, ଲେଫ୍ଟନାଣ୍ଟ ଉଦୟ ନାଏକ, ଏମ ଶ୍ରୀନିବାସ ଆଚାରି ,ସୁବ୍ରତ ପ୍ରଧାନ, ପ୍ରଶାନ୍ତ କୁମାର ସାହୁ , ଭବେସ ମହାନ୍ତି, ମୋନାଲିସା ପାଣିଗ୍ରାହୀ, ତୃପ୍ତିମୟୀ ଭୋଇ ସହଯୋଗ କରିଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।
ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ “କୁମ୍ଭୀର ସଂରକ୍ଷଣର ସୁବର୍ଣ୍ଣ ଜୟନ୍ତୀ” ବିଷୟରେ ପାଠଚକ୍ର ଅନୁଷ୍ଠିତ।