ରାୟଗଡ଼- ତା ୨୨.୬.୨୫ ରିଖ ରବିବାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଗୁମା ପଞ୍ଚାୟତର ଲାକୁବାଡି ଗ୍ରାମରେ ଜୟଦେବ ସିଠଙ୍କ ସାଧୁ ଉଦ୍ଯମରେ ଗ୍ରାମବାସୀଙ୍କୁ ହନୁମାନ ଚାଳିଶା ବଣ୍ଟନ କରିବା ସହ ଚାଳିଶା ପଠନର ଉପାଦେୟତା ଓ ଭାରତୀୟ ସଂସ୍କୃତିର ମହାନତା ତଥା ଧର୍ମ ପରମ୍ପରା ବିଷୟରେ ସଚେତନତା ମୂଳକ ବିନ୍ଦୁ ରଖିଥିଲେ। ଏତଦ୍ ବ୍ଯତୀତ ଗାଁ ବିଦ୍ଯାଳୟର ଛାତ୍ରଛାତ୍ରୀ ଙ୍କୁ ଛତା, ପାଠ୍ୟ ଉପକରଣ ତଥା ବିସ୍କୁଟ୍ ଚକୋଲେଟ୍ ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ଆଂଚଳିକ ସାଧନ ସଂଯୋଜକ ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ ଓ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ପଣ୍ଡା ନିଜର ଆଗ୍ରହ ଆଦର ପ୍ରକଟ କରି ସଂପୂର୍ଣ୍ଣ ସହାୟତା କରିଥିଲେ। ବିଦ୍ଯାଳୟର ଛାତ୍ରଛାତ୍ରୀ ଙ୍କୁ ନେଇ ଶ୍ରୀ ସିଠ ଖେଳକୁଦ ମାଧ୍ୟମରେ ଏକ ସକରାତ୍ମକ ଶିକ୍ଷଣକାର୍ଯ୍ୟ କରି ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ପାଠ୍ଯାଗ୍ରହ ଓ ବିଦ୍ଯାଳୟ ଆଗମନାର୍ଥେ ଉପାଦାନ ବାଣ୍ଟିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଗ୍ରାମବାସୀଙ୍କ ଅଂଶ ଗ୍ରହଣ ଓ ଆଗ୍ରହ ଆନନ୍ଦ ବାରି ହୋଇ ପଡ଼ୁଥିଲା।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।