ରାୟଗଡ଼- ତା ୨୨.୬.୨୫ ରିଖ ରବିବାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଗୁମା ପଞ୍ଚାୟତର ଲାକୁବାଡି ଗ୍ରାମରେ ଜୟଦେବ ସିଠଙ୍କ ସାଧୁ ଉଦ୍ଯମରେ ଗ୍ରାମବାସୀଙ୍କୁ ହନୁମାନ ଚାଳିଶା ବଣ୍ଟନ କରିବା ସହ ଚାଳିଶା ପଠନର ଉପାଦେୟତା ଓ ଭାରତୀୟ ସଂସ୍କୃତିର ମହାନତା ତଥା ଧର୍ମ ପରମ୍ପରା ବିଷୟରେ ସଚେତନତା ମୂଳକ ବିନ୍ଦୁ ରଖିଥିଲେ। ଏତଦ୍ ବ୍ଯତୀତ ଗାଁ ବିଦ୍ଯାଳୟର ଛାତ୍ରଛାତ୍ରୀ ଙ୍କୁ ଛତା, ପାଠ୍ୟ ଉପକରଣ ତଥା ବିସ୍କୁଟ୍ ଚକୋଲେଟ୍ ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ଆଂଚଳିକ ସାଧନ ସଂଯୋଜକ ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ ଓ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ପଣ୍ଡା ନିଜର ଆଗ୍ରହ ଆଦର ପ୍ରକଟ କରି ସଂପୂର୍ଣ୍ଣ ସହାୟତା କରିଥିଲେ। ବିଦ୍ଯାଳୟର ଛାତ୍ରଛାତ୍ରୀ ଙ୍କୁ ନେଇ ଶ୍ରୀ ସିଠ ଖେଳକୁଦ ମାଧ୍ୟମରେ ଏକ ସକରାତ୍ମକ ଶିକ୍ଷଣକାର୍ଯ୍ୟ କରି ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ପାଠ୍ଯାଗ୍ରହ ଓ ବିଦ୍ଯାଳୟ ଆଗମନାର୍ଥେ ଉପାଦାନ ବାଣ୍ଟିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଗ୍ରାମବାସୀଙ୍କ ଅଂଶ ଗ୍ରହଣ ଓ ଆଗ୍ରହ ଆନନ୍ଦ ବାରି ହୋଇ ପଡ଼ୁଥିଲା।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।
ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ “କୁମ୍ଭୀର ସଂରକ୍ଷଣର ସୁବର୍ଣ୍ଣ ଜୟନ୍ତୀ” ବିଷୟରେ ପାଠଚକ୍ର ଅନୁଷ୍ଠିତ।