ଖୋର୍ଦ୍ଧା ଜିଲ୍ଲା (ଆମ ଓଡ଼ିଶା ଖବର)ଡେ଼ଲାଙ୍ଗ ତା ୨୧-୬-୨୫ଜଟଣୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଏକାଦଶତମ ଅନ୍ତର୍ଜ୍ୟ|ତିକ ଯୋଗ ଦିବସ ପାଳନ ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର “ପଦ୍ମାସନା” ଅତିଥି ମାନଙ୍କ ଦ୍ୱାରା ଶୁଭ ଉନ୍ମୋଚିତ ହୋଇଯାଇଛି | ଏଥିରେ ମୁଖ ଅତିଥି ଭାବେ ରୋଟାରୀଆନ ତଥା ବିଶିଷ୍ଟ ଯୋଗ ଶିକ୍ଷକ ଆଦି ନାରାୟଣ ଖଣ୍ଡୁଆଳ, ଅନ୍ୟତମ ଅତିଥି କେ. ରାମାରାଓ ଯୋଗ ଶିକ୍ଷା କରିବା ସହିତ ଏହାର ମହତ୍ତ୍ୱ ଉପରେ ବକ୍ତବ୍ୟ ରଖି ଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଯୋଗଶିକ୍ଷା ଶିଶୁ ମନ୍ଦିରର ଏକ ଅନିର୍ଵାର୍ଯ୍ୟ ବ୍ୟବସ୍ଥା ଯାହା ପାଠ୍ୟକ୍ରମରେ ସାମିଲ ହୋଇଛି ଏବଂ ବାର୍ଷିକ ମୁଖପତ୍ର ବିଦ୍ୟାଳୟର ପ୍ରଗତି, ପ୍ରସିଦ୍ଧି ଓ ଏକ ସୃଜନ ଶକ୍ତିର ପରିଚାୟକ ଅଟେ ବୋଲି ସେ କହିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ପ୍ରସନ୍ନ ରଥ, ଉପସଭାପତି ସରୋଜ ବଳିୟାରସିଂହ, ଯୁଗ୍ମ ସମ୍ପାଦକ ପ୍ରୀତମ ମିଶ୍ର ପ୍ରଭୃତି ବକ୍ତବ୍ୟ ରଖିଥିଲେ | ଏହି ଯୋଗ ଶିବିରରେ ବହୁ ଛାତ୍ର ଛାତ୍ରୀ, ଗୁରୁଜୀ ଗୁରୁମା, ଅଭିଭାବକ, ଶୁଭେଛୁ ଯୋଗ ପ୍ରଦର୍ଶନ କରିଥିଲେ | ଡେ଼ଲାଙ୍ଗ/ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
ବିଶ୍ଵ ଯୋଗ ଦିବସରେ ଜଟଣୀ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ପତ୍ରିକା ଉନ୍ମୋଚିତ।

More Stories
୧.୯୮ କୋଟି ବ୍ୟୟର ନୂତନ ରାସ୍ତାର ଉଦଘାଟନ କଲେ ସାଂସଦ ।
ସାମ୍ବାଦିକ ସମ୍ମିଳନୀର ଆୟୋଜକ ଥିଲେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କର୍ମୀ।
ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଯୋଗ କର୍ମଶାଳା ଆୟୋଜିତ ।