ବେଗୁନିଆପଡା, (ରାକେଶ):
ବେଗୁନିଆପଡା (ଆମ ଓଡ଼ିଶା ଖବର )ଦୀର୍ଘ ଦିନର ପ୍ରତୀକ୍ଷା ପରେ ମହିଳା ସରଂକ୍ଷଣ ବିଲ ରେ ବାଜିଛି ଲୋକ ସଭା ର ମୋହର | ଧୀରେ ଧୀରେ ସଶକ୍ତ ହେଉଛନ୍ତି ମହିଳା | ମହିଳାଙ୍କୁ ଆହୁରି ଅନେକ ମାତ୍ରା ରେ ସ୍ୱାବଲମ୍ବୀ କରିବା ପାଇଁ ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱରେ ଏକ ନାରୀ ଶକ୍ତି ବନ୍ଦନ ସମାରୋହ କାର୍ଯ୍ୟକ୍ରମ ଦିଲ୍ଲୀ ଠାରେ ଆୟୋଜିତ ହୋଇ ଯାଇଛି | ସାରା ଦେଶରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ବେଗୁନିଆପଡା ସ୍ଥିତ କୁମୁଟି ପେଣ୍ଠ ଠାରେ କବିସୂର୍ଯ୍ୟନଗର ବିଜେପି ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି | ବିଜେପି ନେତା ପ୍ରତାପ ନାୟକ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବେଗୁନିଆପଡା ର ବିଭିନ୍ନ ଅଞ୍ଚଳରୁ ଶତାଧିକ ମହିଳା ପୁରୁଷ ଯୋଗ ଦେଇ ମୋଦୀ ଜି ଙ୍କ ଅଭିଭାଷଣ କୁ ଆଭାସୀ ମାଧ୍ୟମରେ ଉପଭୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ ହେଲା ମହିଳାମାନଙ୍କୁ ଶକ୍ତି ବନ୍ଦନ ଅଭିଯାନ ଜରିଆରେ ମାଗଣାରେ ତାଲିମ ଦିଆଯିବା ସହ ପ୍ରମାଣପତ୍ର ଦିଆଯିବ । ଏଥିରେ ଏସଏଚଜି, ସିଆରପି, ଏମବିକେ, ଆଶା, ଅଙ୍ଗନୱାଡି, ପାଚିକା, ଗୋମିତ୍ର, ବ୍ୟାଙ୍କ ମିତ୍ରମାନେ ସାମିଲ ହେବେ | ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟା ଅନିତା ଶୁଭ ଦର୍ଶିନୀ ପଟ୍ଟନାୟକ,କୋଦଳା ଏନଏସି ଉପାଧ୍ୟକ୍ଷା ରଂଜିତା ସେଠି, ଗଞ୍ଜାମ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ଆଲୋକ ଶତପଥି, ଅଙ୍ଗାର ଗାଁ ମଣ୍ଡଳ ସଭାପତି ନାରାୟଣ ସୁମନ୍ତରାୟ,ମଠ ସରସିଂ ମଣ୍ଡଳ ସଭାପତି ରତନ ବିଷୋୟୀ, ଶ୍ରୀକାନ୍ତ ପଣ୍ଡା ଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ |
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l