ବାଲିଆ ଜୁନିୟର କଲେଜରେ  ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ  l                              

ବରୀ (ଆମ ଓଡିଶା ଖବର) ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ଯରେ ସ୍ଵଚ୍ଛତା ହିଁ ସେବା ତଥା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଏବଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଗଣ ଅଂଶଗ୍ରହଣ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିରୋଦ କୁମାର ଜେନା କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ସ୍ବଚ୍ଛତା କାର୍ଯ୍ୟକ୍ରମରେ ଛାତ୍ର, ଛାତ୍ରୀମାନେ ଅନୁଷ୍ଠାନର ପରିସରକୁ ସଫା କରିବା ସହିତ ବାଲିଆ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ସମ୍ମୁଖ ରାସ୍ତା ଠାରୁ ଆରମ୍ଭ କରି ସାମନ୍ତସିଂହାର ଉଚ୍ଚ ବିଦ୍ୟାଳୟ ନିକଟବର୍ତ୍ତୀ ଗ୍ରାମ୍ୟ ରାସ୍ତାକୁ ମଧ୍ୟ ଆବର୍ଜନା ମୁକ୍ତ କରି ପରିବେଶ ସ୍ଵଚ୍ଛ ରଖିବା ପାଇଁ ଲୋକମାନଙ୍କୁ ସଚେତନ କରାଇଥିଲେ। ଅଧ୍ୟାପକ ଅଭିନ୍ନ ଚନ୍ଦ୍ର ମହାନ୍ତି, ବିହାର ରଞ୍ଜନ ଦାସ, ନିମାଇଁ ଚରଣ ଲେଙ୍କା, ଗୁଣନିଧି ଜେନା, ବିକାଶ ଚନ୍ଦ୍ର ସାହୁ, ତତ୍ତ୍ୱମସି ନାଯକ, ଅଧ୍ୟାପିକା ପ୍ରଗତି ଦାସ, ସୃତି ପଟ୍ଟନାୟକ, ରଶ୍ମିତା ସାହୁ, ଶୁଭଶ୍ରୀ ଦାସ, ମନ୍ଦାକିନି ସାମନ୍ତରାଏ, ଈତିଶ୍ରୀ ଦାସ, ଭକ୍ତିଲତା ସୁତାର ଏବଂ ଅନୁଷ୍ଠାନର ମୁଖ୍ୟ କିରାଣୀ ସରୋଜ କାନ୍ତ ଜେନା, ପ୍ରଭାତ କୁମାର ଜେନା, ବିଭୁ ପ୍ରସାଦ ମଲ୍ଲିକ୍, ପଦ୍ମନାଭ ପ୍ରଧାନ, ଶରତ ଚନ୍ଦ୍ର ଜେନା, ରୁନୁଲତା ପ୍ରଧାନ, ବୀରବର ସାହୁ, ମାଧବାନନ୍ଦ ସାହୁ, ମନୋରଞ୍ଜନ ଜେନା, ପ୍ରମୋଦ କୁମାର ଜେନା, ବଙ୍ଗାଳୀ ଚରଣ ବାରିକ, ଚିତ୍ତରଞ୍ଜନ ସାମଲ, ସୁକାନ୍ତ ଜେନା, ସୁରେଶ ଚନ୍ଦ୍ର ରଥ, ପଦ୍ମନାଭ ଜେନା, ଅନିମା ଦଳାଇ, ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରଦୀପ କୁମାର ମୁଦୁଲୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଙ୍ଗଠିତ ହୋଇଥିଲା |

error: Content is protected !!