ଆମ ସଂକଳ୍ପ ନିଶା ନୁହେଁ ଜୀଵନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆପଡା, (ଆମ ଓଡିଶା ଖବର):ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିଁର୍ଧେଶ କ୍ରମେ ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ତରଫରୁ ମାଦକ ଦ୍ରବ୍ୟ ବର୍ଜନ ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଜୀଵନକୁ ହଁ ନିଶାକୁ ନା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଭିନ୍ନ ବିଦ୍ୟାଳୟ ତଥା ପଞ୍ଚାୟତରେ ସଚେତନ କରି ମାଦକ ଦ୍ରବ୍ୟ କୁ ବର୍ଜନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ | ଯାହାକୁ ନେଇ ବିଭିନ୍ନ ସାଂସ୍କୃତିକ ମାଧ୍ୟମରେ ଲୋକଙ୍କ ପାଖରେ ପହଁଚି ସଚେତନ କରାଯାଉଛି | ବୁଧବାର ଏହି କାର୍ଯ୍ୟକ୍ରମ ବେଗୁନିଆପଡା ଥାନା ଅନ୍ତର୍ଗତ ସାଙ୍କୁଡ଼ା ପଞ୍ଚାୟତରେ ଚାଲିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ଅବକାରୀ ବିଭାଗ ଏସ.ଆଇ ତେଜସ୍ୱିନୀ ପ୍ରଧାନ, ଏ ଏସ ଆଇ ଇପିଲି ଲକ୍ଷ୍ମଣ ରାଓ,କନଷ୍ଟେବଳ ପର୍ଶୁରାମ ରେଡି, ଟୁଟୁ ସାମଲ, ମନୋଜ ଲେଙ୍କା ହରିହର ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ସୁମଣ୍ଡଳର ଏକ ସଂକୀର୍ତନ ମଣ୍ଡଳୀ ଗୋଷ୍ଟୀ ନିଜର ପାଲା ଶୈଳୀରେ ମାଦକ ଦ୍ରବ୍ୟ ବର୍ଜନ ଉପରେ ଲୋକଙ୍କୁ ଅବଗତ କରାଇଥିଲେ | ମଦ, ଗଂଜେଇ ତଥା ବିଭିନ୍ନ ମାଦକ ଦ୍ରବ୍ୟ ଠାରୁ ଦୁରେଇ ରହିଲେ ଜୀଵନ ଅତି ସୁନ୍ଦର ହୋଇପାରିବ ବୋଲି ସେମାନେ ପାଲା ମାଧ୍ୟମରେ ଲୋକଙ୍କୁ ବୁଝାଉ ଥିଲେ |

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!