ବେଗୁନିଆପଡା, (ଆମ ଓଡିଶା ଖବର): ବେଗୁନିଆପଡା ଅଂଚଳର ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବେଗୁନିଆପଡା ସ୍ଥିତ କଳିଙ୍ଗ ବୈଶ୍ୟ ଭବନ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। କେ. ବୃନ୍ଦାବନ ସେନାପତି ଆଣ୍ଡ ସନସ, ଆମ ଓଡିଶା ଓ ଜୀବନ ଧାରା ପକ୍ଷରୁ ଆୟୋଜିତ ମିଳିତ ରକ୍ତଦାନ ଶିବିରରେ ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ଧର୍ମପତ୍ନୀ କେ. ସନ୍ଧ୍ୟାରାଣୀ ସେନାପତି ଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିବା ବେଳେ ତାଙ୍କ ପୁଅ କେ.ବାଲାଜୀ କୁମାର ସେନାପତି, ପୁତ୍ରବଧୂ କେ.ରେଶମା ରାଣୀ ସେନାପତି, ନାତି କେ. ଶ୍ରୀୟାନ ସେନାପତି ଙ୍କ ସମେତ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହା ସଚିବ ଦଣ୍ଡପାଣି ମହାପାତ୍ର, ଜୀବନ ଧାରା ଅନୁଷ୍ଠାନ ସଭାପତି କେ ଗୋପବନ୍ଧୁ ଆଚାରୀ, ସଦସ୍ୟ ସୋମେଶ ପାତ୍ର, ସହ ସମ୍ପାଦକ ହୃଦାନନ୍ଦ ପ୍ରଧାନ, କୋଷାଧକ୍ଷ ଦୀପକ କୁମାର ଖଟେଇ, ଉପ ସଭାପତି ରାଜ୍ୟ ସମାଜ ସେଵୀ ମହାସଂଘ ସମ୍ପାଦକ ଧର୍ମାନନ୍ଦ ମହାରଣା,ସତ୍ୟସାଇ ଟିୟୁଟୋରିଅଲ ର ନିର୍ଦେଶକ ପ୍ରଶାନ୍ତ କୁମାର ସାହୁ,ଶିବ ଶଙ୍କର ତରାଇ ପୂର୍ବତନ ଜିଲ୍ଲା ପରିଷଦ ଗଙ୍ଗାଧର ଖୁଣ୍ଟିଆ, ବିଜୟ କୁମାର ଦୋରା, ପରିବେଶ ବିତ ସୁଧାଂଶୁ କୁମାର ପ୍ରଧାନ, ଟୁକୁନା ପ୍ରଧାନ, ଗଙ୍ଗାଧର ପଟ୍ଟନାୟକ,ଏ ପ୍ରଦୀପ କୁମାର ପାତ୍ର, ପ୍ରଶାନ୍ତ କୁମାର ପାତ୍ର ଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପ୍ରତି ରକ୍ତଦାତାଙ୍କୁ ଚାରା ବଣ୍ଟନ କରାଯାଇଥିଲା।
ରିପୋର୍ଟ :ଦେବାଶିଷ ମହାରଣା
More Stories
ଜୀବନକୁ ହଁ ନିଶାକୁ ନାଁ କାର୍ଯ୍ୟକ୍ରମ
ବେଗୁନିଆପଡା ପୋଲିସ ଦ୍ୱାରା ହୋମିଓ ମେଡିସିନ ସ୍ପିରିଟ ଜବତ
ଗଞ୍ଜାମ ଜିଲ୍ଲା ଚମାଖଣ୍ଡୀ ମୂଖ୍ୟ ରାଜପଥ ନିକଟରେ ଦୁଇଟି କାର ମଧ୍ୟରେ ସଡ଼କ ଦୁର୍ଘଟଣା।