କୋଦଳା, (ଆମ ଓଡିଶା ଖବର):କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘ ପକ୍ଷରୁ ତ୍ରୟମାସିକ ସାଧାରଣ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି | ବଣିକ ସଙ୍ଘ ର ସଭାପତି ଶ୍ରୀ ଗୋପାଳ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ପୂର୍ବତନ ସଭାପତି ଶ୍ରୀ ଅଜୟ କୁମାର ପାତ୍ର, ପୂର୍ବତନ ସଭାପତି ଶ୍ରୀ ଅଭୟ ସାହୁ,କାର୍ଯ୍ୟକାରୀ ସଭାପତି ସନ୍ତୋଷ ନାୟକ, ସମ୍ପାଦକ ଉତ୍ତମ ନାୟକ, ସହ ସମ୍ପାଦକ ଶ୍ରୀକାନ୍ତ ଆଚାରୀ, କୋଷାଧକ୍ଷ ସଂଗ୍ରାମ ପାତ୍ର,ଉପଦେଷ୍ଟା ସଞ୍ଜୟ ନାୟକ, ଗୋପବନ୍ଧୁ ଆଚାରୀ, ଶିବ ପାତ୍ର,ସୁବାସ ଜେନା ପ୍ରମୁଖ ଉପସ୍ଥିତ ରହି ବଣିକ ସଙ୍ଘର ଆଗାମୀ ଭବିଷ୍ୟତ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ | କୋଦଳା ଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ଯେପରି ଖୁବଶୀଘ୍ର କରାଯିବ ସେ ନେଇ ବୈଠକରେ ମତ ପ୍ରକାଶ ପାଇଥିଲା ବେଳେ ଆବଶ୍ୟକ ସ୍ଥଳେ ଏକ ସ୍ୱତନ୍ତ୍ର ସବ କମିଟି ଗଠନ କରାଯାଇ ଏହାର ଏକ ଦାବୀ ପତ୍ର କବିସୂର୍ଯ୍ୟନଗର ବିଧାୟକ,ଆସିକା ସାଂସଦ,ବିଭାଗୀୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଦାନ କରାଯିବା ନେଇ ନିଷ୍ପତି ନିଆଯାଇଥିଲା | ସେହିପରି ବଣିକ ସଙ୍ଘ ତରଫରୁ ଯେପରି ସାମାଜିକ ମଙ୍ଗଳ କାର୍ଯ୍ୟ କରାଯାଇ ପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା | ରକ୍ତଦାନ ଶିବିର, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଖୁବ ଶୀଘ୍ର କରାଯିବା ନେଇ ନିଷ୍ପତି ହୋଇଥିଲା | ବଣିକ ସଙ୍ଘର ଏକ ସ୍ୱତନ୍ତ୍ର ତିରିଶି ଜଣିଆ ରକ୍ତଦାତା ଟିମ ଗଠନ ହେବା ପରେ ରକ୍ତଦାନ ପୂର୍ବକ କୋଦଳା ବଣିକ ସଙ୍ଘର କର୍ମକର୍ତା ତଥା ଆଖପାଖ ଅଞ୍ଚଳ ଲୋକଙ୍କ ନିମନ୍ତେ ସ୍ୱତନ୍ତ୍ର ରକ୍ତଦାତା ଭାବେ କାର୍ଯ୍ୟ କରିବେ ବୋଲି ଏକ ଗୁରୁତ୍ୱ ପୁର୍ଣ ଆଲୋଚନା କରାଯାଇଥିଲା | ସୋମବାର ବୈଠକ ଟି ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ତିନି ଶହରୁ ଉର୍ଦ୍ଧ ଦୋକାନୀ ଯୋଗଦେଇ ବଣିକ ସଙ୍ଘ ଏକତାର ପରିଚୟ ଦେଇଥିଲେ | ସଙ୍ଘର ସମ୍ପାଦକ ଉତ୍ତମ ନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ |
ରିପୋର୍ଟ :ଦେବାଶିଷ ମହାରଣା
More Stories
ଚିକିଲି ରେ ନୂତନ ଏଟିଏମ ର ଶୁଭ ଉଦଘାଟନ
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ