ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!

ବେଗୁନିଆପଡା ପୋଲିସର ତଦନ୍ତ ଜାରୀ

ବେଗୁନିଆପଡା, (ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବି. ନୁଆଁପଲ୍ଲୀ ରେ ଜଣେ ଯୁବକଙ୍କୁ ହତ୍ୟା | ସୂଚନା ଅନୁଯାୟୀ ସୋମବାର ରାତିରେ ବି.ନୁଆଁପଲ୍ଲୀ ଗ୍ରାମର ନିରାକାର ଦାଶ(35) ନାମକ ଜଣେ ଯୁବକଙ୍କୁ ସଙ୍ଗବଦ୍ଧ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ଜଣା ପଡିଛି| ଘଟଣା ସ୍ଥଳରେ ବେଗୁନିଆପଡା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଶବକୁ ଜବତ କରିବା ସହିତ ହତ୍ୟା ଘଟଣାର ଛାନ୍ନଭିନ୍ନ ଜାରୀ ରଖିଛନ୍ତି | ଅନ୍ୟପଟେ ଏହି ଘଟଣାରେ ପରିବାର ଲୋକଙ୍କ ଏତଲାକୁ ଭିତ୍ତି କରି ପୋଲିସ ଚାରି ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି | ଅନ୍ୟପଟେ ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି | ସେପଟେ ନିରାକାର ଙ୍କ ମୃତ୍ୟୁ ପରେ ପରିବାର କାନ୍ଦ ବୋବାଳି ରେ ଫାଟି ପଡୁଛି | ତେବେ ଗଞ୍ଜାମ ଜିଲାରେ ବାରମ୍ବାର ଏଭଳି ଘଟଣାମାନ ଘଟି ଆସୁଥିଲେ ସୁଦ୍ଧା ପ୍ରଶାସନ କିମ୍ବା ରାଜନୈତିକ ସ୍ତରରେ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନ ନିଆଯିବା ଯୋଗୁଁ ଏଭଳି ଘଟଣା ମାନ ଘଟୁଛି ବୋଲି ସାଧାରଣରେ ଆଲୋଚନା ହେଉଛି |

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!