ବେଗୁନିଆପଡ଼ା (ଆମ ଓଡିଶା ଖବର ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ଚିକିଲି ଗ୍ରାମରେ ଆଜି ନୂତନ ଏଟିଏମ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଯୁବ ବିଜେପି ନେତା ଅରୁଣ କୁମାର ଖୁଣ୍ଟିଆ ,ସମ୍ମାନିତ ଅତିଥି ଭାବେ ଜୟରାମ ସାହୁ ପ୍ରମୁଖ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହା ଦ୍ବାରା ଏହି ଗ୍ରାମର ଜନସାଧାରଣ ସମେତ ଆଖ ପାଖ ଅଂଚଳର ଜନସାଧାରଣ ମାନେ ଏଟି ଏମ୍ ସେବାର ସୁଯୋଗ ପାଇ ପାରିବେ ବୋଲି ଉପସ୍ଥିତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଏଟି ଏମ୍ ସ୍ଵତଧିକାରୀ ସ୍ୱରାଜ ସାହୁ ସମେତ ଉତ୍ତମ ସ୍ବାଇଁ, ପପୁ ସ୍ବାଇଁ, ପ୍ରଶାନ୍ତ ପାତ୍ର, ଅଜିତ ସାହୁ, ବସନ୍ତ ଗୌଡ଼, କହ୍ନ। ପାତ୍ର , ପପି ଖୁଣ୍ଟିଆ, ଟୁଲୁ ଖୁଣ୍ଟିଆ, ସଜିତ ଖୁଣ୍ଟିଆ ଆଦି ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ