କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲ୍ଲା ପୂର୍ବର ସଭାପତି ହେଲେ ଦେବକାନ୍ତ ଶର୍ମା

ଶୁଭେଚ୍ଛା ଜଣାଇଲେ ପି ସି ସି ସଭ୍ୟ ବୁଲା ଜେନା

ବେଗୁନିଆପଡ଼ା (ଆମ ଓଡିଶା ଖବର): ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବିଭିନ୍ନ ଜିଲ୍ଳାର ଜିଲ୍ଳାର ସଭାପତି ଚୟନ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ପୂର୍ବ ର ସଭାପତି ଭାବେ ଚୟନ ହୋଇଛନ୍ତି ଆସିକା ସଂସଦୀୟ କ୍ଷେତ୍ରର ଜାତୀୟ କଂଗ୍ରେସ ସାଂସଦ ପ୍ରାର୍ଥୀ ତଥା ଆଇନଜୀବୀ ଦେବକାନ୍ତ ଶର୍ମା । ଏନେଇ କଂଗ୍ରେସ କର୍ମୀ ମହଲରେ ବେଶ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳକୁ ସୃଦୃଢ଼ କରିବା ସହ ସମସ୍ତ କର୍ମୀ ମାନଙ୍କୁ ଏକାଠି କରି ବିଭିନ୍ନ କାର୍ଯ୍ୟକ୍ରମ କରିବେ ବୋଲି ନୂତନ ସଭାପତି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ଏ ନେଇ ବେଗୁନିଆପଡ଼ା ଅଂଚଳର ଜଣାଶୁଣା ଏବଂ ବରିଷ୍ଠ କଂଗ୍ରେସ ନେତା ଭବାନୀ ପ୍ରସାଦ ଜେନା (ବୁଲା) ଏବଂ ଆଇନଜିବୀ ଅଜିତ ପ୍ରସାଦ ବିଷୋୟୀ (ଲାଲା) ନୂତନ ଜିଲ୍ଲା ସଭାପତିଙ୍କୁ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!