ଭାରତୀୟ ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ଗବେଷଣା କେନ୍ଦ୍ର , ଭୁବନେଶ୍ୱର ତରଫରୁ ଭାରତ ଭୂଷଣ ଜଗଦ୍ଦେବ ଙ୍କୁ ଚଳିତ ବର୍ଷର Global Best Astrologer Award ପ୍ରଦାନ କରାଯାଇଛି । ମାନ୍ୟବର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପ୍ରମୋଦ କୁମାର ପଟ୍ଟନାୟକ ଙ୍କ ଦ୍ୱାରା ଭାରତ ଭୂଷଣ ଜଗଦ୍ଦେବ ଙ୍କୁ ସ୍ୱର୍ଣ୍ଣ ପଦକ ସହିତ ସାର୍ଟିଫିକେଟ ଏବଂ ଉପଢୈ।କନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଭାରତୀୟ ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ଗବେଷଣା କେନ୍ଦ୍ର , ଭୁବନେଶ୍ୱର ତରଫରୁ ଆୟୋଜିତ ବର୍ଣ୍ଣାଢ୍ୟ ପରିବେଶରେ ବରିଷ୍ଠ ଆଇନଜୀବୀ ଏବଂ ବିଚାରପତି ଙ୍କ ସହେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ଗବେଷଣା କରି ସମାଜକୁ ନୂତନ ଦୀଗଦର୍ଶନ ପ୍ରଦାନ କରିବାରେ ଭାରତ ଭୂଷଣ ଜଗଦ୍ଦେବ ଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି ବୋଲି ସମ୍ମାନୀତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ଜଗଦ୍ଦେବ ଏକାଧାରରେ ଜଣେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ , କବି , ଲେଖକ , ଆଇନଜୀବୀ , ସମାଜସେବୀ ସହିତ ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ବିଶେଷଜ୍ଞ ଅଟନ୍ତି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସଦରମହକୁମା ର ସୁଯୋଗ୍ୟ ସନ୍ତାନ ଅଟନ୍ତି । ଶ୍ରୀଯୁକ୍ତ ଜଗଦ୍ଦେବ ଏଭଳି ସମ୍ମାନରେ ସମ୍ମାନିତ ହେବାପରେ ଶ୍ରୀଯୁକ୍ତ ଜଗଦ୍ଦେବଙ୍କୁ ସବୁଠୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି ।
ଟାଙ୍ଗୀ ; ଭାରତ ଭୂଷଣ ଜଗଦ୍ଦେବ ଙ୍କୁ ଚଳିତ ବର୍ଷର Global Best Astrologer Award ପ୍ରଦାନ l


More Stories
୨୦ତମ ଜାମ୍ବୋରେଟ୍ ସ୍ୱତନ୍ତ୍ର ଟ୍ରାଇବାଲ୍ ତୃତୀୟ ଦିନରେ ୨୭୦ ପ୍ରକାର ଖାଦ୍ୟ ପ୍ରଦର୍ଶନ କଲେ ସ୍କାଉଟ୍ ଗାଇଡ୍।
ଆନ୍ତର୍ଜାତିୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେଅମରଦୀପଙ୍କୁ ସୂର୍ଣ୍ଣ ପଦକ।
କୁଶମାଟି କ୍ଳଷ୍ଟର ଅଭିନବ ପ୍ରୟାସ ” ମାନସ ମନ୍ଥନ”