ପୁରୀ ଜିଲ୍ଲା ( ଆମ ଓଡ଼ିଶା ଖବର) ଡେଲାଙ୍ଗ – ଡେ଼ଲାଙ୍ଗ ବ୍ଲକ୍ ଗୋଡିପୁଟମାଟିଆପଡା ଗ୍ରାମ ପଞ୍ଚାୟତର ହରିରାଜପୁର କେନ୍ଦ୍ରାଧୀନ ମାନପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁମୁଦ ମଣି ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଆବେଗପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଶିକ୍ଷକ ସଂଘ ପ୍ରାକ୍ତନ ସଭାପତି ପ୍ରହଲ୍ଲାଦ ସ୍ଵାଇଁ ସଭାରେ ସଭାପତିତ୍ବ କରିଥିବା ବେଳେ ପ୍ରାରମ୍ଭରେ ପଣ୍ଡିତ ରମାକାନ୍ତ ମିଶ୍ର ବେଦ ପାଠ କରିଥିଲେ।ଏଥିରେ ପିପିଲିର ପୂର୍ବତନ ବିଇଓ ପ୍ରମୋଦ କୁମାର ପରିଡ଼ା, ଡେଲାଙ୍ଗ ଏବିଇଓ ଲକ୍ଷ୍ମଣ ପ୍ରଧାନ, ସୁଷମା ଦାଶ, ପ୍ରାକ୍ତନ ଶିକ୍ଷକ ନେତା ମିଟୁକିଶୋର ପ୍ରଧାନ, କଣାସର ସିଆରସିସି ମମତା ସାହୁ,ଶିକ୍ଷାବିତ୍ ପ୍ରମୋଦ କୁମାର ମିଶ୍ର,ଦୁର୍ଯୋଧନ ସାହୁ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ଉତ୍ତମ ବ୍ୟବହାର ,ଅମାୟିକ ବ୍ୟକ୍ତିତ୍ଵ ,ସୁଶିକ୍ଷାଦାନ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଦୀପ୍ତିରେଖା ସାହୁ, ଡେ଼ଲାଙ୍ଗ ବ୍ଲକ୍ ର ପୂର୍ବତନ ବିଦ୍ୟାଳୟ ଅନୁନୀରିକ୍ଷକ ହରିହର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ଓ କମିଟିର ସହଯୋଗରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶିକ୍ଷୟିତ୍ରୀ ଦୀପ୍ତିରେଖାଙ୍କ କୋହସିକ୍ତ କଣ୍ଠର ବକ୍ତବ୍ୟରେ ସଭା କୋହମୟ ହୋଇଥିଲା ଓ ଏଥିରୁ ଶ୍ରୀମତୀ ସାହୁଙ୍କ ସହକର୍ମୀଙ୍କ ପ୍ରତି ଥିବା ଆନ୍ତରିକତା ସ୍ପଷ୍ଟ ବାରି ହୋଇପଡୁଥିଲା ।ସିଆରସିସି ପ୍ରଦୀପ ବଳିୟାର ସିଂହ ଓ ଶିକ୍ଷକ ମଙ୍ଗୁଳି ପରିଡ଼ା ମଞ୍ଚ ସଂଯୋଜନା କରିଥିଲେ। ନିଜ ବିଦ୍ୟାଳୟ ,ଛାତ୍ର ଛାତ୍ରୀ,ପ୍ରାଥମିକ ଶିକ୍ଷକ ସଂଗଠନ , ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ଶ୍ରୀମତୀ ସାହୁଙ୍କୁ ଉତ୍ତରୀୟ , ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ହରିପୁର ଓ ହରିରାଜପୁର କେନ୍ଦ୍ରାଧୀନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅନ୍ୟମାନେ ଉତ୍ସବରେ ଉପସ୍ଥିତ ରହି ବିଦାୟୀ ଶିକ୍ଷୟିତ୍ରୀଙ୍କ ଗୁଣ ଗାନ ସହ ନିରାମୟ ଜୀବନ କାମନା କରିଥିଲେ।
ଡେ଼ଲାଙ୍ଗ /ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
More Stories
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ l
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ