ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର)ନିରାକାରପୁର ନରେନ୍ଦ୍ରପୁର ସାହିରେ ଘଟିଛି ଅଘଟଣ।ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତିପୋଡି ପାଉଁଶ।ସୂଚନାରୁ ଜଣାପଡିଛି ନରେନ୍ଦ୍ରପୁର ସାହିର ନରସିଂହ ସେନାପତିଙ୍କ ଘରେ ଆଜି ଏସି ଚାଲୁଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା।ଏସିରୁ ନିଆଁ ଲାଗି ଘରେ ଥିବା ଗଦରେଜ ଆଲମିରା ଓ ଖଟରେ ନିଆଁ ଲାଗି ଯିବାରୁ ଖଟ ଗଦି ଲୁଗାପଟା ଟଙ୍କା ଓ ଘରେ ଥିବା ଅନ୍ୟାନ୍ୟ ଆସବାବପତ୍ର ପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି।ଆନୁମାନିକ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଥବା ଅନୁମାନ।ଗାଁ ଲୋକେ ଇଲେକ୍ଟ୍ରି ଲାଇନ କାଟି ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ।ଖବର ପାଇ ଟାଗିଂ ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ନିଆଁକୁ ଆୟତ୍ତ କରିଥିଲେ ଗାଁ ଲୋକେ।ଗଟଣା ସ୍ଥଳରେ ରାଜସ୍ୱ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।


More Stories
୨୦ତମ ଜାମ୍ବୋରେଟ୍ ସ୍ୱତନ୍ତ୍ର ଟ୍ରାଇବାଲ୍ ତୃତୀୟ ଦିନରେ ୨୭୦ ପ୍ରକାର ଖାଦ୍ୟ ପ୍ରଦର୍ଶନ କଲେ ସ୍କାଉଟ୍ ଗାଇଡ୍।
ଆନ୍ତର୍ଜାତିୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେଅମରଦୀପଙ୍କୁ ସୂର୍ଣ୍ଣ ପଦକ।
କୁଶମାଟି କ୍ଳଷ୍ଟର ଅଭିନବ ପ୍ରୟାସ ” ମାନସ ମନ୍ଥନ”