ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର):-ତା :-୧୦ ଜୁଲାଇ, ଗୁରୁବାର
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ୍ ତରଫରୁ ଶ୍ରୀ ଚୈତନ୍ଯ ବିହାର ପରିସରରେ ସମସ୍ତ ଙ୍କର ମୂଳ ଗୁରୁ ଶ୍ରୀବ୍ୟାସଦେବଙ୍କ ଜନ୍ମ ଉସ୍ଥବ ଗୁରୁ ପୂର୍ଣ୍ଣିମା ଓ ସନାତନ ଗୋସ୍ୱାମୀଙ୍କ ତିରୋଭାବ ପାଳନ ଅବସରରେ ଶ୍ରୀକୃଷ୍ଣଙ୍କ ଠାରୁ ଆରମ୍ଭ କରି ବର୍ତମାନ ଗୁରୁଙ୍କ ପର୍ୟନ୍ତ ଆଲେଖ୍ୟରେ ପୂଜା ଆରତି କରାଯାଇ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଇଥିଲା। ପଣ୍ଡିତ ଗୋପବନ୍ଧୁ ପଣ୍ଡା ଓ ଜାନକୀ ବଲ୍ଲଭ ପଟ୍ଟନାୟକ ଶ୍ରୀବ୍ୟାସଦେବଙ୍କ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଥିରେ ଶ୍ରୀ ବୋଧାୟନ୍ ମହାରାଜ, ବ୍ରଜ ବାବା, ଅନନ୍ତ ହରି ବାବା, ଜଗଦୀଶ ପ୍ରସାଦ ପଟ୍ଟନାୟକ, ବନ୍ଦୀତା ପଟ୍ଟନାୟକ, କାଦମ୍ବିନୀ ସାମନ୍ତରାୟ, ଶକ୍ତି ରଞ୍ଜନ ମତଗଜ, ପ୍ରଭୁପଦ ପଟନାୟକ, ଯୋଗେଶ୍ଵର ସିଂହ, ଗଗନ ବିହାରୀ ପୃଷ୍ଟି, ପୁଷ୍ପଲତା ସାହୂ ପ୍ରମୁଖ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ଶ୍ରୀ ଦୁର୍ଗା ଚରଣ ନାୟକଙ୍କ ଇଂରାଜୀରେ ଅନୁବାଦିତ ଶ୍ରୀ ରାୟ ରାମାନନ୍ଦ ଙ୍କ ବୀରଚିତ ଗୌର ଜନ୍ମ “ଆଡ଼ଭେଣ୍ଟ ଅଫ୍ ଶ୍ରୀଗୌର ହରି”ପୂସ୍ତିକା ଉନ୍ମୋଚନ ଓ ଲୋକାର୍ପିତ ହୋଇଥିଲା।ଶେଷରେ ଶ୍ରୀଗୌର ବିହିତ ସଙ୍କିର୍ତନ ପରିବେଷଣ କରାଯାଇଥିଲା। ଆଜି ଠାରୁ ଶ୍ରୀ ଭାଗବତ ସପ୍ତାହ ପାରାୟଣ ଆରମ୍ଭ ହୋଇ ସନ୍ଧ୍ୟାରେ ଭୁବନେଶ୍ବରର ତ୍ରିଦଣ୍ଡି ସ୍ଵାମୀ ଶ୍ରୀ ସଚିଦାନନ୍ଦ ମହାରାଜ ପ୍ରବଚନ ଦେଉଛନ୍ତି। କର୍ୟ୍ଯକ୍ରମକୁ ସଂଘ ସମ୍ପାଦକ ଶ୍ରୀ ଜୟ ନାରାୟଣ ପଟ୍ଟନାଯକ ସଂଜୋଯନା କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l