ଚିଲିକା (ଆମ ଓଡ଼ିଶା ଖବର )ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଅଫିସ କ୍ୟାମ୍ପସ ପରିସରରେ ବିଶ୍ୱ ବନ ଦିବସ ପାଳନ ପାଳିତ ହୋଇଯାଇଛି । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଓ ପରିବେଶବିତ୍ ଧନେଶ୍ବର ବିଧାର , ସମ୍ମାନିତ ଅତିଥି ଭାବେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ବିରାଜ ଦାସ , ଶିକ୍ଷାବିତ୍ ତଥା ସମାଜସେବୀ ଅଜୟ ସେଠୀ , ଗୁଣନିଧି ମହାପାତ୍ର , ମାଧବ ଚନ୍ଦ୍ର ମହାରଣା ଯୋଗ ଦେଇଥିଲେ । ଆଜିର ଦୁନିଆରେ ପରିବେଶ କୁ ସନ୍ତୁଳିତ ରଖିବାକୁ ହେଲେ ବୃକ୍ଷ ରୋପଣ ର ଆବଶ୍ୟକତା ରହିଛି , ତେଣୁ ପରିବେଶ ଓ ଜୀବଜଗତ କୁ ବଞ୍ଚାଇବା ପାଇଁ ଓ ନିଜେ ବଞ୍ଚିବା ପାଇଁ ବୃକ୍ଷର କିପରି ଆବଶ୍ୟକତା ରହିଛି ସେଥିପାଇଁ ସମସ୍ତେ ସଚେତନତା ରହିବା ଦରକାର ବୋଲି ମାନ୍ୟଗଣ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ଏବଂ ଆସନ୍ତୁ ସମସ୍ତେ ଶପଥ ନେବା ବୃକ୍ଷ ରୋପଣ କରି ବିଶ୍ୱ କୁ ବଞ୍ଚାଇବା ବୋଲି ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଓ ପରିବେଶବିତ୍ ଧନେଶ୍ବର ବିଧାର ମତବ୍ୟକ୍ତ ସହିତ ବନ ସୁରକ୍ଷା ନେଇ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ସମସ୍ତ କର୍ମଚାରୀ , ପକ୍ଷୀ ସୁରକ୍ଷା ବାହିନୀ , ପରିବେଶବିତ୍ , ସମାଜସେବୀ ପ୍ରମୁଖ ସାମିଲ ହୋଇଥିଲେ ।
ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବିଶ୍ୱ ବନ ଦିବସ ପାଳନ l

More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l