ଚିଲିକା (ଆମ ଓଡ଼ିଶା ଖବର )ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଅଫିସ କ୍ୟାମ୍ପସ ପରିସରରେ ବିଶ୍ୱ ବନ ଦିବସ ପାଳନ ପାଳିତ ହୋଇଯାଇଛି । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଓ ପରିବେଶବିତ୍ ଧନେଶ୍ବର ବିଧାର , ସମ୍ମାନିତ ଅତିଥି ଭାବେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ବିରାଜ ଦାସ , ଶିକ୍ଷାବିତ୍ ତଥା ସମାଜସେବୀ ଅଜୟ ସେଠୀ , ଗୁଣନିଧି ମହାପାତ୍ର , ମାଧବ ଚନ୍ଦ୍ର ମହାରଣା ଯୋଗ ଦେଇଥିଲେ । ଆଜିର ଦୁନିଆରେ ପରିବେଶ କୁ ସନ୍ତୁଳିତ ରଖିବାକୁ ହେଲେ ବୃକ୍ଷ ରୋପଣ ର ଆବଶ୍ୟକତା ରହିଛି , ତେଣୁ ପରିବେଶ ଓ ଜୀବଜଗତ କୁ ବଞ୍ଚାଇବା ପାଇଁ ଓ ନିଜେ ବଞ୍ଚିବା ପାଇଁ ବୃକ୍ଷର କିପରି ଆବଶ୍ୟକତା ରହିଛି ସେଥିପାଇଁ ସମସ୍ତେ ସଚେତନତା ରହିବା ଦରକାର ବୋଲି ମାନ୍ୟଗଣ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ଏବଂ ଆସନ୍ତୁ ସମସ୍ତେ ଶପଥ ନେବା ବୃକ୍ଷ ରୋପଣ କରି ବିଶ୍ୱ କୁ ବଞ୍ଚାଇବା ବୋଲି ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଓ ପରିବେଶବିତ୍ ଧନେଶ୍ବର ବିଧାର ମତବ୍ୟକ୍ତ ସହିତ ବନ ସୁରକ୍ଷା ନେଇ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ସମସ୍ତ କର୍ମଚାରୀ , ପକ୍ଷୀ ସୁରକ୍ଷା ବାହିନୀ , ପରିବେଶବିତ୍ , ସମାଜସେବୀ ପ୍ରମୁଖ ସାମିଲ ହୋଇଥିଲେ ।
ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବିଶ୍ୱ ବନ ଦିବସ ପାଳନ l


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।