ବେଗୁନିଆପଡା ବ୍ଲକର ସାଂସଦ ପ୍ରତିନିଧି ହେଲେ ଆଲୋକ

କର୍ମୀ ମହଲରୁ ଶୁଭେଚ୍ଛାର ଶୁଅ

ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ପାଇଁ ଯୁବ ସଂଗଠକ ତଥା ବିଜେପି ଆଗଧାଡିର ଜଣେ ଯୁବନେତା ଆଲୋକ କୁମାର ଶତପଥିଙ୍କୁ ନିଜର ପ୍ରତିନିଧି ଭାବରେ ନିଯୁକ୍ତି ଦେଇଛନ୍ତି ଆସିକା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ | ଏ ନେଇ ବିଧିବଦ୍ଧ ଭାବେ ବେଗୁନିଆପଡା ବ୍ଲକକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି |ସଂଘ କାର୍ଯ୍ୟକର୍ତ୍ତାରୁ ବିଜେପି ସଂଗଠନ ସହିତ ଦୀର୍ଘ ବର୍ଷ ହେବ ଯୋଡିହୋଇ ରହିଥିବା ଶ୍ରୀ ଶତପଥି ବେଗୁନିଆପଡା ବ୍ଲକ ଅଞ୍ଚଳରେ ବିଜେପିର ଜଣେ କର୍ମଠ ତଥା ବିପ୍ଲବୀ ଚେହେରା ଭାବରେ ଜଣାଶୁଣା | ଉଚ୍ଚ ଶିକ୍ଷିତ ଶ୍ରୀ ଶତପଥି ଗଣଯୋଗାଯୋଗ, ଲୋକ ପ୍ରଶାସନ ଓ ସାଙ୍ଗଠନିକ ଦକ୍ଷତାରେ ବେଶ ଆଗରେ ରହିଥିବା ବେଳେ ବିଜେପି ଦଳ ପାଈଁ ବିଭିନ୍ନ ସମୟରେ ଜିଲ୍ଲାର ବିଭିନ୍ନ ପଦ ପଦବୀରେ ରହି ନିଜର ଦାୟିତ୍ୱ ବେଶ ଶୃଙ୍ଖଳାର ସହିତ ସମ୍ପାଦନ କରି ଆସିଛନ୍ତି | ତେବେ ବେଗୁନିଆପଡା ବ୍ଲକ ପାଈଁ ସେ ସାଂସଦ ପ୍ରତିନିଧି ଭାବେ ନିଯୁକ୍ତି ହେବା ପରେ ସାଂସଦଙ୍କ ଏକାନ୍ତ ଅନୁଗତ ଭାବରେ ଜଣାଶୁଣା ଶ୍ରୀ ସାହୁ ସାଂସଦଙ୍କୁ କୃତଜ୍ଞତା ଜଣାଇବା ସହିତ ନିଜର ଦାୟୀତ୍ୱକୁ ନିଷ୍ଠାର ସହିତ ପାଳନ କରିବେ ବୋଲି ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି |

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!