ଖୋର୍ଦ୍ଧା(ଆମ ଓଡ଼ିଶା ଖବର) ୧୬ ଜୁଲାଇ, ଶ୍ରୀଚୈତନ୍ୟ ରିସର୍ଚ ଆସୋସିଏସନ୍ ତରଫରୁ ଶ୍ରୀ ଚୈତନ୍ଯ ବିହାର ଠାରେ ସପ୍ତ ଦିବସ ବ୍ୟାପି ଚାଲି ଥିବା ଶ୍ରୀ ମଦ୍ ଭାଗବତ କଥା ଅମ୍ବୃତ ସପ୍ତାହ ଉଦଯାପିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟହ ଭୁବନେଶ୍ବର ନିବାସୀ ତ୍ରିଦଣ୍ଡି ସ୍ଵାମୀ ଶ୍ରୀପାଦ୍ ଭକ୍ତି ଗୌରବ ସଚିଦାନନ୍ଦ ମହାରାଜ୍ ଶ୍ରୀମଦ୍ ଭାଗବତକୁ ପ୍ରାଞ୍ଜଳ ଭାବେ ବ୍ୟାଖ୍ୟା କରିବା ସହ ଭକ୍ତ ମାନଙ୍କୁ ସୁନ୍ଦର ଭଜନ କୀର୍ତ୍ତନ ମାଧ୍ୟମ ରେ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ଓ ଓଡ଼ିଆ ଅସ୍ମିତା ଉପରେ ଆଲୋଚନା କରିଥିଲେ। ଏହି କାର୍ୟ୍ଯକ୍ରମରେ ଓଡ଼ିଶାର ବହୁ ସଂଖ୍ୟାରେ ସାଧୁ ସନ୍ଥ ଯୋଗ ଦେଇଥିବା ବେଳେ, ଶତାଧିକ ଭକ୍ତଙ୍କର ପ୍ରତେହ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା। ଏହି କର୍ୟ୍ଯକ୍ରମକୁ ଶ୍ରୀଅନନ୍ତ ହରି ବାବା ଓ ଜୟ ନାରାୟଣ ପଟ୍ଟନାଯକ ସଂଜୋଯନା କରିଥିଲେ। ପରି ସେସରେ ଜିତେନ୍ଦ୍ରିୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଟାଙ୍ଗୀ :ଗାୟତ୍ରୀ ପବ୍ଲିକ ସ୍କୁଲ ଉଦଘାଟିତ l