ଜୀବନର ପଥେ ପଥେ ଲେଖକ — ଶ୍ରୀ ଜୟଦେବ ସିଠ

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର) ହଠାତ୍ ଦିନେ ଜଣେ ସହପାଠୀ ସାଂଗ ଅନେକ ଦିନ ପରେ ଦେଖାହେଲା। କ୍ଷଣେ ଆଗ୍ରହ ଆଦର ବଣ୍ଟା ବଣ୍ଟି ହେଲୁ। ତା’ପରେ ନାନା ଭଣ୍ଡ ବକର ଆରମ୍ଭ ହୋଇଗଲା। ପିଲାଛୁଆ ପରିବାରର ଭଲମନ୍ଦ ସବୁ ଆଲୋଚନା ପରେ ବନ୍ଧୁ ଟିକେ ମଜାରେ କହିଲେ ହଇରେ ଜୟଦେବ ତୁ ଦକ୍ଷିଣରେ ମୁଁ ରାଜ୍ଯର ଉତ୍ତରରେ। ପେଟପାଟଣା ଲାଗି ଯିଏ ଯେଝା ରାସ୍ତାରେ। ଭେଟଭାଟ ପ୍ରାୟ ନାହିଁ। କିଏ କାହାର ଖବର ରଖିବା ସମ୍ଭବ ନଥିଲା। ଦୂରତା ମାପିବା ପାଇଁ ଭୂମି ଶୂନ୍ଯଭାଷ ଯନ୍ତ୍ର ବ୍ଯବହାର ହେଉଥଲା।ପ୍ରାୟ ସରକାରୀ କାର୍ଯ୍ଯାଳୟ କିମ୍ବା ବିତ୍ତଶାଳୀ ଲୋକେ ତା’ର ସୁବିଧା ସୁଯୋଗ ଉପଭୋଗ କରୁଥିଲେ। ଏବେ ଧରି ବୁଲିବା ଶୂନ୍ଯ ଭାଷ ଯନ୍ତ୍ର ପ୍ରବଳ ମାତ୍ରାରେ କି ଧନି କି ଗରିବ ଏପରିକି ନିଶ ଦାଢି ଉଠିନଥିବା ପିଲା ବି ଧରି ବୁଲୁଛି। କଅଁଳିଆ ଶିଶୁ ବି କାନ୍ଦିବା ବନ୍ଦ କରୁଛି କ୍ଷଣେ ଦେଖି ଦେଲେ। ବାପାମାଆ ବି ସେମାନଙ୍କ ଅଡୁଆ ଛାଡି ବାକୁ ପିଲାର ଆଗତ ନଭାବି ସେ କାନ ପିଶାଚକୁ ଧରେଇ ଦେଇ ନିଜ କାମରେ ଲାଗିଥାନ୍ତି।
ଆରେ ଅସଲ କଥା କ’ଣ କହୁନୁ। ନାଇଁ ଯେ। ଥରେ ଗାଁକୁ ଆସି ତୋ ଖବର ଜାଣିବା ପାଇଁ ମାଧବକୁ ପଚାରିଲି। ସେ ତୋ ଧରି ବୁଲିବା ଦୂରଭାଷ ଯନ୍ତ୍ର ସଂଖ୍ଯା ଦେଲା। ମୁଁ ସାଂଗେ ସାଂଗେ ଟପ୍ ଟାପ୍ କରି ମୋ ଦୂରଭାଷ ଯନ୍ତ୍ରର ସାଇତି ଦେଲି। ତୋତେ ଚକିତ କରିବାକୁ ତୋ ଯନ୍ତ୍ର ସଂଖ୍ଯା ଦେଖି ହ୍ଯାଲୋ ହାଏ କରିବା ପୂର୍ବରୁ ତୋର କେତେ ଗୁଡିଏ କାର୍ଯ୍ୟ, ଲେଖା ଦେଖିଲି। ମୋର ମନ ମତାଣିଆ ମତାମତ ବି ଦେଇଛି ହେଲେ ତୋତେ ଫୋନ୍ କରେନି କାରଣ ତୋତେ ଦେଖିବାକୁ ମୋର ମନ ବ୍ଯଗ୍ର ଥାଏ। ଦୀର୍ଘଦିନ ପରେ ତୁ ଚିହ୍ନିବୁ କି ନାହିଁ ଭାବୁଥିଲି। ବୟସ ବଢିବା ସହିତ ଚେହେରା ବଦଳିବା ସ୍ବାଭାବିକ। ଏବେ ଦେଖେ ଅନେକ ଦିନ ପରେ ଦୋ ଦୋ ପାଞ୍ଚ ଆମେ ଦୁହେଁ।
ସାଂଗ ମନୋରଞ୍ଜନର ସନ୍ଦେହ ଚାହାଣି। ଆଛା ଜୟଦେବ ତୋତେ କିଛି ପଚାରିବି। ମୋତେ କିଛି ଲୁଚେଇବୁନି। ସଫା ସଫା କହିବୁ। ଆମେ ଦିହେଁ ସହପାଠୀ। ତୁ ଟିକେ ପାଠରେ ଦୁର୍ବଳ ଥିଲୁ। ପାରିବାରିକ ଆର୍ଥିକ ଅସୁବିଧା କଥା କହି ଦୁଃଖ କରୁଥିଲୁ। ଅନ୍ଯାୟ ନ ସହି ପ୍ରତିକ୍ରିୟା ଶୀଳ ହେବା ମୁ ଲକ୍ଷ୍ଯ କରିଛି। ତୁ ମାଟ୍ରିକ ପାସ୍ କରି ଗାଁ କଲେଜରୁ ଆଇ.ଏ. ପାସ୍ କରି କୋରାପୁଟ ଜିଲ୍ଲାରେ ଶିକ୍ଷକ ହେଲୁ। ହେଲେ ତୁ ମୋବାଇଲ୍ ରେ ପଠାଉଥିବା କାର୍ୟ୍ଯମାନ ସବୁ ସମ୍ଭବ ତ?
ଓ ହୋ। ତୁ ଏ ସବୁ ଜାଣିବା ପାଇଁ ସନ୍ଦେହ କରି ଏତେ ବାଟ ଆଗେଇଲୁଣି। ତେବେ ଶୁଣେ। ସତ କହିବି କି ମିଛ କହିବି କି ବନେଇ ଚୁନେଇ ବଡ଼ କରି କହିବି କି ଅଂଗେ ନିଭେଇଥିବା ସବୁ କହିବି?
ନାଇଁ। ତୁ ଅଂଗେ ନିଭେଇଥିବା ସତ ସବୁ କହ। ମଜା ଲାଗିବନି। ତୁ ଗୋଟିଏ ଗୋଟିଏ ପଚାରେ। ମୁଁ ହାଲିଆ ମାରି ମାରି କହିବି। ହେଉ ଆଗ ଟିକେ ଚା’ ପିଇ ଦେବା ଚାଲେ। ଚା’ ପର୍ବ ସରିଲା। ସେତେବେଳକୁ ଶିଶିର ଆସି ପହଞ୍ଚିଲା। ସେ ବି ଢୋକେ ପିଇଲା।
ଆଛା ଜୟଦେବ, ମୁଁ ଦେଖିଛି ସପ୍ତମ ଶ୍ରେଣିରେ ପଢିଲା ବେଳେ ହାଇସ୍କୁଲ ବାର୍ଷିକ ଉତ୍ସବ ଗୀତିନାଟ୍ଯରେ ତୁ ଘଟୋତ୍କଚ ଅଭିନୟ କରିଥଲୁ। ୧୯୭୨ ମସିହାରେ। ସେବେଠୁ ସେ ଅଭ୍ଯାସ ରଖିଛୁ ବୋଧେ?
ହଁ। ସେଇ ଆଗ୍ରହ ଆଦର ଆଜି ବି ଅଛି। ପ୍ରାୟ ଅପେରା ୩୦ ରୁ ଅଧିକ ଓ ଡ୍ରାମା ୨୦ରୁ ଅଧିକରେ ଅଭିନୟ କରିଛି। ଏପରିକି ୨୦୨୪ ରେ ସୁଟିଂ ସରିଥିବା ” ମେରିଆ ” ଛାୟା ଛବିରେ ଆଦିବାସୀ ଗାଁ ପଞ୍ଚ ଭାବେ ଅଭିନୟ କରିଛି ଯାହା ପ୍ରେକ୍ଷାଳୟରେ ପ୍ରଦର୍ଶିତ ଅପେକ୍ଷାରେ।
୧୯୯୪ ମସିହାରେ ଓଡ଼ିଶା ସାହିତ୍ୟ ନାଟକ ଏକାଡେମୀ ଦ୍ବାରା ରାଜ୍ଯ ସ୍ତରୀୟ ଡ୍ରାମା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲି ଯାହା ମୋ ପାଇଁ ସ୍ମାରକୀ।
ଜୟଦେବ , ଆମେ ପଢ଼ି ପଢ଼ିବା ବେଳେ ତୁ ସର୍ବୋତ୍ତମ ସ୍କାଉଟ୍ ଓ ଏନ୍.ସି.ସି ଭାବେ ବାହାର ରାଜ୍ଯକୁ ଯାଇ ପ୍ରଶଂସିତ ହୋଇଥିଲୁ। ତୋର ଗାଇବା, ବଜେଇବା ଅଭ୍ଯାସ ଥିଲା। ସେ ଅଭ୍ଯାସ ଅଛି ତ? ହଁ କିଂଚିତରେ ଅଛି।
ଆଛା, ତୋର ସାହିତ୍ୟ ଓ ଲେଖାଲେଖି ପ୍ରତି କିପରି ମନ ବଳିଲା? ବଢିଆ କଥା ପଚାରିଲୁ। ଚାକିରି ନକରିବା ପୂର୍ବରୁ ମୋର ବିଭିନ୍ନ ଗପ, ଉପନ୍ୟାସ, କବିତା ବହି ପଢ଼ିବା ଅଭ୍ଯାସ ଥିଲା। ଲେଖିବା ପାଇଁ ଭାବୁଥାଏ। ଏ ମନ ଭାବୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା। ଶିକ୍ଷକ ଚାକରି ପୁଣି କୋରାପୁଟରେ। ସଂକଳ୍ପକୁ ଆଧାର କରି ପ୍ରଥମେ ପ୍ରଥମେ ଭଜନ ଜଣାଣ, ଗୀତି କବିତା ଓ ପରେ ପରେ ବିଭିନ୍ନ ଧର୍ମୀ କବିତା ଲେଖି ନାନା ପତ୍ରିକାକୁ ପଠାଇଲି। ପତ୍ରିକାରେ ସ୍ଥାନିତ କବିତା ମୋ ଲେଖନୀକୁ ଶାଣିତ କଲା। ୧୯୮୦ ମସିହାଠାରୁ ଏ ରୁଚି ଆଜି ବି ଜୀବନ୍ତ। କବିତା ସହ ଏବେ ମୁଁ ଗପ ମୁହାଁ। ପ୍ରାୟ ୩୦ ରୁ ଅଧିକ ଗପ ବିଭିନ୍ନ ପତ୍ରିକାର ଆଦର ପାଇଛି। ଗପ ଓ କବିତା ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ବାରା ପ୍ରଶଂସା ପାଇଛି। ମୋର ଅଧୁନା ୮ ଖଣ୍ଡ କବିତା ପୁସ୍ତକ ଲୋକାର୍ପଣ ସରିଛି। ଏ ସବୁ ଯାହା ହୋଇଛି ସବୁ ପରେମଶ୍ବରଙ୍କ ନିର୍ଦ୍ଦେଶରେ।
ଆଛା ମୁଁ ଶୁଣିଛି ତୁ କୁଆଡେ ଶିକ୍ଷକ ହିସାବରେ ରାଜ୍ଯ ସରକାରଙ୍କ ଦ୍ବାରା ପୁରସ୍କାର ପାଇଛୁ? ହଁ ୨୦୧୨ ମସିହାରେ ପାଇଛି ଏବେ ଅବସର ପରେ କ’ଣ କରୁଛୁ? ପାରିବାରିକ କର୍ତ୍ତବ୍ଯ କର୍ମ ସହ ସାହିତ୍ୟ ସାଧନା ଓ ସମାଜସେବାର ମନ ଦେଇଛି। ଜଣ ରାଷ୍ଟ୍ରୀୟ ସ୍ବୟଂ ସେବକ ହିସାବରେ ବିବିଧ କ୍ଷେତ୍ର କାର୍ଯ୍ଯରେ ବ୍ଯସ୍ତ ରହି ବଳକା ଜୀବନ ଭଲରେ ଭଲରେ ବିତୁ ଭଗବାନଙ୍କୁ ପ୍ରାର୍ଥନା କରୁଛି।
ହଁ ହଁ। ତୁ ପଠାଉଥିବା ପ୍ରମାଣ ମୋ ସନ୍ଦେହ ଦୂର କଲା।

ରାୟଗଡ଼।
୯୪୩୭୫୨୭୩୪୯ ।

error: Content is protected !!