ଟାଙ୍ଗୀ (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳର ସୁଯୋଗ୍ୟ ସନ୍ତାନ ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାରତ ଭୂଷଣ ଜଗଦ୍ଦେବ ଙ୍କୁ ଚଳିତ ବର୍ଷର ବେଷ୍ଟ ଆଷ୍ଟ୍ରୋଲାଇଜର୍ ଭାବେ ସମ୍ମାନୀତ କରାଯାଇ ସ୍ୱର୍ଣ୍ଣ ପଦକରେ ବିଭୂଷିତ ହୋଇଥିବାରୁ ଟାଙ୍ଗୀ ଅଞ୍ଚଳବାସୀ ଙ୍କ ପକ୍ଷରୁ ଶ୍ରୀ ଜଗଦ୍ଦେବଙ୍କୁ ଟାଙ୍ଗୀ ଗୈ।ରବ ସମ୍ମାନରେ ସମ୍ମାନିତ କରାଯାଇଛି । ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ରାଜ୍ୟ ସରକାରଙ୍କ କାର୍ଯ୍ୟ କ୍ଷେତ୍ରରୁ ଅବସର ଗ୍ରହଣ କରିବା ପରେ ଭାରତ ଭୂଷଣ ଜଗଦ୍ଦେବ ମନରେ ଆଧ୍ୟାତ୍ମିକତା ଚିନ୍ତାଧାରା ଜାଗ୍ରତ ହେବାରୁ ବିଭିନ୍ନ ଦେବା-ଦେବୀଙ୍କ ଉପରେ ଶହଶହ କବିତା ପୁସ୍ତକ ରଚନା କରି ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ଓ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଆଉ ଏବେ ଜ୍ୟୋତିଷ ଶାସ୍ତ୍ର ଉପରେ ଗବେଷଣା କରି ନିଜର ଦକ୍ଷତା ପ୍ରତିପାଦନ କରିବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ବିଚାରପତି ମାନଙ୍କ ଦ୍ୱାରା ଚଳିତ ବର୍ଷର ବେଷ୍ଟ ଆଷ୍ଟ୍ରୋଲାଇଜର୍ ଭାବେ ସମ୍ମାନୀତ କରାଯାଇ ସ୍ୱର୍ଣ୍ଣ ପଦକରେ ବିଭୂଷିତ ହୋଇପାରିଛନ୍ତି ।

ଏତଦବ୍ୟତୀତ ଟାଙ୍ଗୀ ଗ୍ରାମର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବ ଙ୍କ ପୀଠରେ ଗ୍ରାମର ମଙ୍ଗଳ କାମନା ସହିତ ବିଶ୍ୱର କଲ୍ୟାଣ ନିମିତ୍ତ ଦୀର୍ଘ ୨୫ ଧରି ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ୱାରା ରୁଦ୍ରାଭିଷେକ , ଚଣ୍ଡୀପାଠ , ହୋମକର୍ମ କରି ଆସୁଛନ୍ତି । ଭାରତ ଭୂଷଣ ଜଗଦ୍ଦେବ ଏକାଧାରରେ ଜଣେ ଆଇନଜୀବୀ , ସମାଜସେବୀ , ବରିଷ୍ଠ ନାଗରିକ , ଜ୍ୟୋତିଷ ଶାସ୍ତ୍ର ଗବେଷକ , ଶିକ୍ଷାବିତ୍ ହୋଇଥିଲେ ମଧ୍ୟ ତାଙ୍କର ଏହି ସମ୍ମାନ ଓ ସମ୍ବର୍ଦ୍ଧନା ହେଉଛି ଟାଙ୍ଗୀ ଅଞ୍ଚଳବାସୀ ସ୍ନେହ , ଭଲପାଇବା ଓ ଆଶୀର୍ବାଦ ଯୋଗୁଁ ସମ୍ଭବ ବୋଲି ଶ୍ରୀ ଜଗଦ୍ଦେବ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ଅଞ୍ଚଳର ସମାଜସେବୀ , ବୁଦ୍ଧିଜୀବୀ , ଯୁବଗୋଷ୍ଠୀ , ସାମ୍ବାଦିକ , ଆଇନଜୀବୀ ଏବଂ ବିଦ୍ୱାନ ପଣ୍ଡିତ ମାନଙ୍କ ଉପସ୍ଥିତିରେ ଶ୍ରୀ ଜଗଦ୍ଦେବ ଙ୍କୁ ଟାଙ୍ଗୀ ଗୈ।ରବ ସମ୍ମାନରେ ସମ୍ମାନିତ କରାଯାଇଛି ।
More Stories
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l
Dr. B. Bipin Bihari Mishra was awarded the Odisha Seva Ratna award.