ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଗତକାଲି ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଲେଣ୍ଡୋ ଠାରେ ଏକ ବାବଦୀୟ ମନ୍ତବ୍ୟ ଦେଇଛନ୍ତି।ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିବାଦୀୟ ମନ୍ତବ୍ୟ ବିଧାୟକ ଗଣେଶ ଜଗଦ୍ଦେବଙ୍କୁ ନେଇ ରଖିଥିବାକୁ ବିରୋଧ କରି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ଓ ଖୋର୍ଦ୍ଧା ବ୍ଲକ ଓ ଖୋର୍ଦ୍ଧା ମୁନିସପାଲଟିର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ କର୍ମୀ ମଳିପଡା ସ୍ଥିତ ବିଜେପି କାର୍ଯ୍ୟଳୟରେ ଏକତ୍ରିତ ହୋଇ ଏହାକୁ ତୀବ୍ର ବିରୋଧ କରିଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେଡ଼ିରୁ ଏକ ରକମ ବିତାଡିତ ହୋଇଥିବା ବିବାଦୀୟ ନେତା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ ବିଜେପିରେ ନୂତନ କରି ଯୋଗ ଦେଇଥିବା ବେଳେ ତାଙ୍କୁ ଖୋର୍ଦ୍ଧା ଦାୟିତ୍ଵ ଦେବାକୁ ଘୋଷଣା କରିଛନ୍ତି। ତେବେ ବିଗତ ନିର୍ବାଚନରେ ଖୋର୍ଦ୍ଧା ରୁ ବିଜେପି ଦଳୀୟ ଟିକେଟରେ ଲଢି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟ ୭୫ହଜାର ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିବା ସହିତ ଦୀର୍ଘ ପାଞ୍ଚ ବର୍ଷ ଧରି ନିଜ ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କ ସହିତ ଓତଃପ୍ରତ ଭାବେ ଜଡ଼ିତ ରହି ଆସିଥିବା ବେଳେ ସାଂସଦଙ୍କ ଏଭଳି ମନ୍ତବ୍ୟ ସମସ୍ତ କାଳଚରଣ ଖଣ୍ଡାୟତରାୟ ପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି ଏଵଂ ଚଳିତ ନିର୍ବାଚନରେ ସାସଦଙ୍କୁ ଏହା ମହଙ୍ଗା ପଡ଼ିବ ବୋଲି ଉପସ୍ଥିତ କାଳୁଚରଣ ଖଣ୍ଡାୟତରାୟଙ୍କ ସମର୍ଥକ ମାନେ କହିଛନ୍ତି।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
More Stories
ଜାନକୀ ପାଢ଼ୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଠମଲ୍ଲିକ ବିଜୟୀ l
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l