ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର )ଜଟଣୀ,୨୭ ଜୁଲାଇ ପୁର୍ବାହ୍ନ ୧୧ ଘଟିକା ସମୟରେ ଏକ ବୈଠକର ଆୟୋଜନ କରିଥିଲେ ସମ୍ବାଦ ସାହିତ୍ୟ ଘର। ଏହି ପରିବାର ନାମଟି ଯେମିତି ଉଦ୍ଦେଶ୍ଯ ମଧ୍ଯ ସେମିତି। ସମ୍ବାଦ ସାହିତ୍ଯ ଘର, ଗୋଟିଏ ସ୍ୱଛ ପରିବାର। ଜଟଣୀ ଶାଖାର ଉକ୍ତ ପରିବାରର ସଦସ୍ୟ ମାନେ ପାଳିଥିଲେ, ଅଷ୍ଟମ ବାର୍ଷିକ ଉତ୍ସବ। ଜଟଣୀର ୱେଲକମ୍ ଗେଷ୍ଟ ହାଉସ ମଧ୍ଯରେ, ସମସ୍ତ ପରିବାରକୁ ନେଇ ଆୟୋଜନ ହୋଇଥିଲା। ସମ୍ବାଦ ସାହିତ୍ଯ ଘର ଅନୁଷ୍ଠାନର ସଭାପତି ଜଗଦୀଶ ମହାପାତ୍ର ସଭାପତିତ୍ବରେ ସଭାକାର୍ଯ ଅନୁଷ୍ଠିତ ହୋଇଥିଲା। ଆଗନ୍ତୁକ ବ୍ୟଙ୍ଗ କବି ଜ୍ଞାନ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ସମ୍ବାଦ ସାହିତ୍ୟ ଘରର ରାଜ୍ଯ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ସତ୍ୟ ସୁନ୍ଦର ମହାନ୍ତି ପ୍ରମୁଖ ଯୋଗଦେଇ ସଭାକାର୍ଯକୁ ଆଗେଇ ନେଇଥିଲେ। ଅତିଥି ମାନଙ୍କ ଦ୍ଵାରା ସାହିତ୍ୟ ଘରର ବାର୍ଷିକ ପତ୍ରିକା “ଆଖି” ଉନ୍ମୋଚନ ହୋଇଥିଲା। ଶ୍ରୀମତୀ ସ୍ନିଗଧା ରାଣୀ ସ୍ବାଇଁଙ୍କ ଦ୍ଵାରା ରଚିତ ପୁସ୍ତକକୁ ଡ. ଶୁଭେନ୍ଦ୍ରମୋହନ, “ସୃଷ୍ଟି ଓ ଦୃଷ୍ଟି” ପୁସ୍ତକକୁ ଉନ୍ମୋଚନ କରିଥିଲେ। ଜଟଣୀର ସମାଜସେବୀ ଶ୍ରୀ ସୀତାକାନ୍ତ ଶତପଥୀଙ୍କୁ ସମ୍ବାଦ ସାହିତ୍ଯ ଘର ତରଫରୁ ସନ୍ମାନିତ କରାଯାଇଥିଲା। ଆଶୁତୋଷ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାକାର୍ଯ ଆରମ୍ଭରେ ବିଗତବର୍ଷର ବାର୍ଷିକ ବିବରଣୀ ଅନୁଷ୍ଠାନର ସଂପାଦକ ଚକ୍ରଧର ରଥ ପାଠ କରିଥିଲେ। ଶର୍ବଶେଷରେ ସାହିତ୍ୟିକ ସୁକାନ୍ତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଟାଙ୍ଗୀ :ଗାୟତ୍ରୀ ପବ୍ଲିକ ସ୍କୁଲ ଉଦଘାଟିତ l