ଖୋର୍ଦ୍ଧାଜିଲ୍ଲା, “ଆମ ଓଡ଼ିଶାଖବର” ଭୁବନେଶ୍ଵର ଏମ୍ସରେ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ନର୍ସିଂ ଅଫିସରଙ୍କ ଅସଦାଚରଣ କରିଥିବା ଅଭିଯୋଗ ପଦାରେ ପଡ଼ିଲାଣି। ଘଟଣାଟି ଘଟିଛି, ଭୁବନେଶ୍ଵର ଏମ୍ସର ଜଣେ ମହିଳା ଆଟେଣ୍ଡାଣ୍ଟଙ୍କ ପ୍ରତି ଅସଦାଚରଣ କରିଛନ୍ତି ଜଣେ ନିର୍ସିଂ ଅଫିସର। ଆଟେଣ୍ଡାଣ୍ଟ ଜଣକ ଏମ୍ସ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଯାହାର ପ୍ରତିବାଦରେ ମହିଳା ଆଟେଣ୍ଡାଣ୍ଟମାନେ ଏକତ୍ରିତ ହୋଇ, ନର୍ସିଂ ଅଫିସର ଏବଂ ଏମ୍ସ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଏମ୍ସର ମୁଖ୍ୟ ଫାଟକ ସାମ୍ନାରେ ୨୮ ଜୁଲାଇ ସୋମବାର ଦିନ ଧାରଣାରେ ବସିଥିଲେ। ପିଡିତା ଆଟେଣ୍ଡାଣ୍ଟଙ୍କ କହିବା କଥା ନର୍ସିଂ ଅଫିସର ନାନୁ ରାମ ଚୌଧୁରୀ ତାଙ୍କୁ ଚାମ୍ବର୍କୁ ଡାକି ଅସଦାଚରଣ କରିଥିବା ସଂଙ୍ଗିନ ଅଭିଯୋଗ ଆଣିଛନ୍ତି। ଏମ୍ସ କର୍ତ୍ତୃପକ୍ଷଙ୍କଠାରୁ କୌଣସି ସୁଫଳ ବିଚାର ପାଇନଥିଲେ। ତେଣୁ ପିଡିତ ଆଟେଣ୍ଡାଣ୍ଟ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ଏମ୍ସ କର୍ତ୍ତୃପକ୍ଷଙ୍କ ଠାରୁ କିମ୍ବା ଖଣ୍ଡଗିରି ଥାନାରୁ କୌଣସିପ୍ରକାର ମତାମତ ମିଳିପାରି ନାହିଁ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଜନଶକ୍ତି ଉଚ ବିଦ୍ୟାଳୟ ୧୯୮୫ ମେଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବ ।
ସପ୍ତମ ରାଜସୁନାଖଳା ମହୋତ୍ସବ କାଉଁରୀ- ୨୦୨୫ ଉଦଘାଟିତ।
ବଡକୁଳ ଗ୍ରାମ ପଞ୍ଚାୟତ ପ୍ରଶାସନିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l