
ଖୋର୍ଦ୍ଧାଜିଲ୍ଲା(ଆମ ଓଡିଶା ଖବର), ଭୁବନେଶ୍ବର, “ଆମ ଓଡ଼ିଶା ଖବର” ପୁର୍ତ୍ତ ଡିଭିଜନର ସହକାରୀ ଯନ୍ତ୍ରୀ ରାଜା କିଶୋର ଜେନା ଓଡ଼ିଶା ଭିଜିଲାନ୍ସ ହାତରେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି। ସହକାରୀ ଯନ୍ତ୍ରୀ ରାଜା କିଶୋର ଜେନାଙ୍କ ଘରେ ରେଡ୍। ଜେନାଙ୍କର ଭୁବନେଶ୍ବର ଓ ନୟାଗଡ଼ ଇଲାକାରେ ୧୦ଟି ଠିକଣାରେ ରେଡ୍ ଚାଲିଛି। ରେଡ୍ରେ ୭ ଡିଏସପି, ୫ ଇନ୍ସପେକ୍ଟର,୧ଏସଆଇ ଓ ୧୧ ଏଏସାଆଇ ସାମିଲ ଅଛନ୍ତି। ତେବେ ଆସନ୍ତୁ ଯାଣିବା ସମ୍ପତ୍ତିର ତାଲିକା। ପୁର୍ତ୍ତ ଡିଭିଜନର ସହକାରୀ ଯନ୍ତ୍ରୀ ରାଜା କିଶୋର ଜେନାଙ୍କ ସମ୍ପତ୍ତି ଠାବ କରିଛନ୍ତି ଓଡ଼ିଶା ଭିଜିଲାନ୍ସ। ନୀଳାଦ୍ରି ବିହାରରେ ୩ ମହଲା କୋଠା। କସମୋପୋଲିରେ ୨ଟି ଫ୍ଲାଟ। ଉତ୍କଳ ଗ୍ୟାଲେରିଆରେ ଓ ସିମ୍ଫୋନି ମଲରେ ୨ଟି ଦୋକାନ। ମୋଟ ୧୩ଟି ଦାମୀ ପ୍ଲଟ୍- ୯ଟି ଭୁବନେଶ୍ୱରରେ, ୩ଟି ନୟାଗଡ଼ ଓ ଗୋଟିଏ ଖୋର୍ଦ୍ଧାରେ ଠାବ କରାଯାଇଛି। ଆଗକୁ ବହୁତ କିଛି ଭିଜିଲାନ୍ସ କବଳକୁ ଆସିବାର ଅଛି।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l