ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମର ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତି ସ୍ବର୍ଗତ ଭାଗିରଥି ଜେନା ଚଳିତ ମାସ 19 ତାରିଖରେ ମୃତ୍ୟୁ ବରଣ କରିଥିଲେ | ସେ 1980 ମସିହାରୁ ଆଜି ଯାଏଁ ଅଞ୍ଚଳରେ ଓଁ ଶାନ୍ତି ଆଧ୍ୟାତ୍ମିକ ସଂସ୍ଥାର ପ୍ରଚାରକ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ସ୍ୱାସ୍ଥ୍ୟ ଗତ ସମସ୍ୟା କାରଣରୁ 19 ତାରିଖ ଦିନ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ପରଲୋକ ଘଟିଥିଲା | ବୁଧବାର ସ୍ବର୍ଗତ ଜେନା ଙ୍କ ଦ୍ଵାଦଶାହ କାର୍ଯ୍ୟରେ ଓଁ ଶାନ୍ତି ପରିବାର ପକ୍ଷରୁ ତାଙ୍କ ସ୍ମୃତି ଚାରଣ କରାଯାଇଥିବା ବେଳେ ସ୍ବର୍ଗତ ଜେନାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା | 1942 ମସିହାରେ ଜନ୍ମିତ ସ୍ବର୍ଗତ ଜେନା ଜଣେ ଧର୍ମ ପରାୟଣ ବ୍ୟକ୍ତିତ୍ବ ତଥା ଜଣେ ସମାଜସେବୀ ଭାବେ ବେଶ ଖ୍ୟାତି ଅର୍ଜନ କରିଥିବା ବେଳେ ତାଙ୍କ ଦ୍ଵାଦଶାହ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଂଚାଳିତ ଖଲିକୋଟ ସେବା କେନ୍ଦ୍ରର ମୁଖ୍ୟ ସଂଚାଳିତ ବ୍ରହ୍ମ କୁମାରୀ ରାଜଲକ୍ଷ୍ମୀ ଭଉଣୀ, ବାଣପୁର ଅଂଚଳର ଅବସର ପ୍ରାପ୍ତ ଶିକ୍ଷକ ହିମାଂଶୁ ଭାଇ ଙ୍କ ସମେତ ଓଁ ଶାନ୍ତି ଅନୁଷ୍ଠାନର ବହୁ ଭକ୍ତ ଯୋଗ ଦେଇଥିଲେ |
ରିପୋର୍ଟ :ଦେବାଶିଷ ମହାରଣା
More Stories
REVENUE STAFFER (SR. REVENUE ASSISTANT) OF VYASANAGAR TAHASIL, DIST- JAJPUR NABBED BY ODISHA VIGILANCE WHILE TAKING BRIBE FOR DEMARCATION OF LAND.
ODISHA VIGILANCE LAUNCHES DA SEARCHES AT 10 LOCATIONS ASSOCIATED WITH SRI RAJA KISHORE JENA, AE, R&B Division-III, BBSR.
Update in the case against Amresh Jena at Laxmisagar PS.