ନୂଆ ମାସରୁ ଲାଗୁ ହେଲା ନୂଆ ନିୟମ, ପ୍ରଭାବିତ ହେବ ୟୁପିଆଇ ଓ ବ୍ୟାଙ୍କ ନେଣଦେଣ।

ଭୁବନେଶ୍ବର, “ଆମ ଓଡ଼ିଶା ଖବର” ୧ ଅଗଷ୍ଟ ଠାରୁ, ସରକାର କିଛି ନୁଆନିତି ପ୍ରଣୟନ କରିଛନ୍ତି, ଆସନ୍ତୁ ଜାଣିବା। ଦିନକୁ ସର୍ବାଧିକ ୫୦ଥର କରିପାରିବେ ବାଲାନ୍ସ ଚେକ୍। କମର୍ସିଆଲ ସିଲିଣ୍ଡର ଦରରେ ହ୍ରାସ। ବଦଳିଲା ତାରିଖ, ବଦଳିଲା ନିୟମ। ଆଜିଠାରୁ କିଛି ନିୟମରେ ପରିବର୍ତ୍ତନ ହେଉଥିବା ବେଳେ ଏହା ସାଧାରଣ ଜନତାଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ପରିବର୍ତ୍ତନ ଗୁଡ଼ିକ ମଧ୍ୟରେ ୟୁପିଆଇରେ ବାଲାନ୍ସ ଚେକ୍ କରିବା ଠାରୁ ନେଇ ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ ଓ ବ୍ୟାଙ୍କିଂ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ଅନ୍ତର୍ଭୁକ୍ତ । ଜାଣନ୍ତୁ କେଉଁ ସବୁ ନିୟମରେ ଆଜିଠୁ ହେବ ପରିବର୍ତ୍ତନ। ନୂଆ ମାସରୁ ନୂଆ ନିୟମ, ୟୁପିଆଇ କାରବାରରେ ହେଲା ପରିବର୍ତ୍ତନ। ଦିନକୁ ସର୍ବାଧିକ ୫୦ଥର ଯାଏ ବାଲାନ୍ସ ଯାଞ୍ଚ କରିପାରିବେ। ଅଟୋ ପେ କାରବାରରେ କିଛି ପରିବର୍ତ୍ତନ ହୋଇଛି। ନିର୍ଦ୍ଦିଷ୍ଟ ସମୟରେ ଅଟୋ ପେ କାରବାର ହେବ। ୟୁପିଆଇ ପେମେଣ୍ଟ ବିଫଳ ହେଲେ, ସ୍ଥିତି ଯାଞ୍ଚ ପାଇଁ ୩ଟି ସୁଯୋଗ ମିଳିବ। ପ୍ରତ୍ୟେକ ପ୍ରୟାସ ମଧ୍ୟରେ ୯୦ ସେକେଣ୍ଡ ସମୟ ଅପେକ୍ଷା କରିବାକୁ ପଡିବ। ବ୍ୟାଙ୍କିଂ ଆଇନ-୨୦୨୫ ଆଜିଠାରୁ କାର୍ଯ୍ୟକାରୀ ହେବ। ଆଜିଠାରୁ କମର୍ସିଆଲ ଗ୍ୟାସ ଦର ହ୍ରାସ ହେବ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!