ଧର୍ମଗଡ଼ ୧୦/୧( ଆମ ଓଡ଼ିଶା ଖବର) ଆସନ୍ତା ୧୭ ତାରିଖ ରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ବୁଲୁଥିବା ଶ୍ରୀ ଜଗନ୍ନାଥ ଅର୍ପଣ ରଥକୁ ଧର୍ମଗଡ଼ ବ୍ଲକ୍ ର ବିଭିନ୍ନ ପଂଚାୟତ ରେ ଭବ୍ୟ ସ୍ଵାଗତ କରାଯାଇଛି । ଏହି ଅବସରରେ ଛଞ୍ଚାଣ ବାହାଲୀ ପଞ୍ଚାୟତର ବିଭିନ୍ନ ଗ୍ରାମ କୁ ଗଡିଛି ଶ୍ରୀ ଜଗନ୍ନାଥ ଅର୍ପଣ ରଥ । ଏକ ଆଧ୍ୟାତ୍ମିକ ପରିବେଶରେ ପଂଚାୟତ ର ଛଞ୍ଚାଣ ଵାହାଲି, ରାବଣଗୁଡା, ବେହେରାଗୁଡା, ପଳସପାନି, ଚନାମୁଣ୍ଡା, ନାଗପଡା, କାଣ୍ଡପଡା ଗ୍ରାମକୁ ଦୁଇ ଦିନ ଧରି ରଥ ବୁଲିଥିବା ବେଳେ ପ୍ରତ୍ୟେକ ଗ୍ରାମରେ ଭବ୍ୟ ସ୍ବାଗତ କରାଯାଇଥିଲା,ଏହି ସମୟରେ କୀର୍ତ୍ତନ, ଶଙ୍ଖ, ଘଣ୍ଟ, ହୁଳହୁଳି ରେ ସମଗ୍ର ଗ୍ରାମ ପରିବେଶ ଦୁଳୁକି ପଡିଥିବା ବେଳେ ନଡିଆ,ଧୂପ,ଦୀପ ,ଫୁଲ ଚନ୍ଦନ ବନ୍ଧପନା ଦେଇ ପ୍ରଭୁ ଜଗନ୍ନାଥ ଙ୍କୁ ପୂଜାର୍ଚ୍ଚନା ପୂର୍ବକ ଅରୁଆ ଚାଉଳ, ଗୁଆ ସମର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଛଞ୍ଚାଣ ବାଜାଲି ସରପଂଚ ପ୍ରୀତି ବେମାଲ,ସମିତି ସଭ୍ୟ ଚର୍ଚ୍ଚିକା ଗୋପାଲ, ପି ଇ ଓ ରଘୁନାଥ ଖମାରୀ, ଯୋଗାଣ ସହାୟକ ସୁଶାନ୍ତ ନାଏକ, ଗ୍ରାମ ରୋଜଗାର ସେବକ ନିହାର ରଞ୍ଜନ ସାହୁ, ୱାର୍ଡ ସଭ୍ୟ,ସଭ୍ୟା, ମିଶନ ଶକ୍ତି , ଏସ ଏଚ ଜି ମହିଳା ମାନେ ଉପସ୍ଥିତ ରହିଥିବା ବେଳେ ସହ ଶହ ଜଗନ୍ନାଥ୍ ପ୍ରେମୀ ଯୋଗଦାନ କରି ଶ୍ରୀ ଜଗନ୍ନାଥ ଅର୍ପଣ ରଥକୁ ଗ୍ରାମ ପରିକ୍ରମା କରାଇଥିଲେ ।ସେହି ପରି ଜୟନ୍ତପୁର ପଞ୍ଚାୟତରେ ମଧ୍ୟ ମହା ଆଡମ୍ବର ସହ ଶହ ଶହ ଭକ୍ତ ଶ୍ରଦ୍ଧାଳୁ ଙ୍କ ଗହଣରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ପଂଚାୟତ ର ସମସ୍ତ ଗ୍ରାମ କୁ ପରିକ୍ରମା କରିଛି ।


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।