ବାଲୁଗାଁ (ଆମ ଓଡ଼ିଶା ଖବର )ଆଜି ତା.୦୮.୦୧.୨୦୨୪ ରିଖରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ବାଲୁଗାଁ ଠାରେ ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ ଙ୍କ ତତ୍ତ୍ୱାବଧାନରେ, ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଜୟନ୍ତ କୁମାର ସ୍ୱାଇଁ ଏବଂ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ଯୁବ ସଂଗଠକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଇକରାୟଙ୍କ ସୁପରିଚାଳନାରେ ଜୟ ଜଗନ୍ନାଥ ଅର୍ପଣ ରଥ ବାଲୁଗାଁ ସହରରେ ପରିକ୍ରମା କରିଥିଲା ।

ଉକ୍ତ କାର୍ଯ୍ୟକ୍ରମଟି ବହୁତ ଭକ୍ତି, ଭାବ ବିହ୍ଵଳ ପରିବେଶ ରେ ଏବଂ ଶହ ଶହ ଜଗନ୍ନାଥ ପ୍ରେମୀଙ୍କ ଜୟ ଜଗନ୍ନାଥ ନାମ, ହରିବୋଲ ଡାକ, ଶଙ୍ଖ ଏବଂ ଘଣ୍ଟର ବାଦ୍ୟ ଧ୍ୱନୀରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ଜଗନ୍ନାଥ ପ୍ରେମୀମାନେ ଗୁଆ, ଚାଉଳ ଏବଂ ଅର୍ଥରାଶି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଥିଲେ । ଏହି କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଭଗବାନ ପ୍ରଧାନ, ସମସ୍ତ ପାରିଷଦ ବର୍ଗଙ୍କ ସହ ବାଲୁଗାଁ ଏନ୍.ଏ.ସି. ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରାଣନାଥ ସେଠ୍ ଏବଂ ସମସ୍ତ କର୍ମଚାରୀ ସହୋଯୋଗ କରିଥିଲେ ।



More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।