ଶ୍ରୀ ଶ୍ରୀ ରାଧାକାନ୍ତ ଦେବ ଙ୍କ ମନ୍ଦିରରୁ ବୁଧବାର ରାତ୍ର ରେ ଚୋରି l

(ବିୟୁରୋ ରିପୋର୍ଟ )

ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଦେଓଗାଁଁ ଗ୍ରାମ ପଥରା ପାହାଡ଼ ରେ ଶ୍ରୀ ଶ୍ରୀ ରାଧାକାନ୍ତ ଦେବ ଙ୍କ ମନ୍ଦିରରୁ ବୁଧବାର ରାତ୍ର ରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି  I ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟି ମନ୍ଦିର ମୂଖ୍ୟ ଦ୍ଵାର ତାଲା ଏବଂ ମନ୍ଦିର ମୁଖଶାଳାର ଉତ୍ତର ପାର୍ଶ୍ଵ କବାଟର ତାଲା ଭାଙ୍ଗି ମନ୍ଦିର ଭିତରକୁ ପଶି ଦୁର୍ବୁତ ମାନେ ଲୁଟିନେଇଥିବା ଦେଖିବାକୁ ମିଳିଛି I ମନ୍ଦିର ଭିତରେ ଥିବା ଦାନବାସ୍କ ଭାଙ୍ଗି ସେଥିରେ ଥିବା ଟଙ୍କା ନେବା ସହିତ ଠାକୁର ଙ୍କର ରୁପାର ଦୁଇଟି କିରଟି ଏବଂ ରୁପାର ଗୋପାଳ ମୂର୍ତ୍ତି ସହିତ ଅନ୍ୟାନ୍ୟ ପିତଳର ପୂଜା ସାମଗ୍ରୀ ଲୁଟି ନେଇଛନ୍ତି I ଏଭଳି ଘଟଣା ଉକ୍ତ ଅଞ୍ଚଳରେ ବାରମ୍ବାର ଘଟିଥିବାରୁ ଚୋର ମାନଙ୍କର ପାଦୁରଭାବ ବଢ଼ିବାରେ ଲାଗିଛି। କେତେବେଳେ ମହାବିଦ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହେଉଛି ତ ଆଉ କେତେବେଳେମୋ ସରକାର ୫ଟି ଅଧିନସ୍ତ ସ୍କୁଲରେ ଚୋରି ହୋଇଥିବାର ଥାନାରେ ଅଭିଯୋଗ ହୋଇଛି । ପୂର୍ବରୁ ଗ୍ରାମମାନଙ୍କରୁ ମଧ୍ୟ ଦିନ ଦ୍ଵୀପ୍ରହରେ ଚୋରି ହୋଇଥିବାର ଅଭିଯୋଗ ଥାନା ସହିତ ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଛି। ପୋଲିସିର ପାରିବା ପଣିଆକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚୋରି କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି ଏବଂ ଲୁଟେରାମାନେ ପୋଲିସିକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅସାମାଜିକ କାର୍ଯ୍ୟ କରିବାକୁ ପଛାଉନାହାଁନ୍ତି। ଉକ୍ତ ଅଞ୍ଚଳରେ ପୋଲିସି ଏକ ପ୍ରକାର ନିଷ୍କ୍ରିୟ ହୋଇଥିବା ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେବା ସହ ସ୍ଥାନୀୟ ବାସୀନ୍ଦାମାନେ ଚୋରମାନଙ୍କୁ ଧରି ଆଇନିକୁ ହାତକୁ ନେଇ ଆଇନି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ ବୋଲି ମନରେ ସ୍ଥିର କରିଛନ୍ତି।

error: Content is protected !!