ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ‘ଶ୍ରୀଜଗନ୍ନାଥ ଅର୍ପଣ ରଥ’ ବୁଲିଲା

ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଓଡିଶା ,ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ‘ଶ୍ରୀଜଗନ୍ନାଥ ଅର୍ପଣ ରଥ’ ଗାଁ ଗାଁ ବୁଲି ଘରୁ ଘରୁ ସଂଗ୍ରହ କରୁଛି ଚାଉଳ, ଗୁଆ । ଯାହା ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ବେଳେ ଅର୍ପଣ କରାଯିବ । ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ଠାରେ ପ୍ରତି ଘର ଘର ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଛି,ଏଥିରେ ସରପଞ୍ଚ ଶ୍ରୀମତୀ ସରୋଜିନୀ ପ୍ରଧାନ,

ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ନାଏବ ସରପଞ୍ଚ ଶ୍ରୀଯୁକ୍ତ ବ୍ୟୋତକେଶ ମହାପାତ୍ର,ପଞ୍ଚାୟତ ଗ୍ରାମ ସେବକ ଶ୍ରୀଯୁକ୍ତ ନୃସିଂହ ଚରଣ ଜେନା, ଗ୍ରାମ ସେବିକା ଶ୍ରୀମତୀ ବନ୍ଦନା ପ୍ରଧାନ, ବାଣପୁର ଜେଇ,ବାଣପୁର ବ୍ଲକ ମିଶନ ଶକ୍ତି ସଭାପତି ଶ୍ରୀମତୀ କବିତା ରାଣୀମହାପାତ୍ର,ସେକ୍ରେଟାରୀ ଶ୍ରୀମତୀ ବେବିନା ତ୍ରିପାଠି, ତୁମୁରାପୁଟ ଶାସନ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠୀ, ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ,ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ନବକିଶୋର ସ୍ବାଇଁ, ଯୁବ ସଭାପତି ଆଲୋକ ପ୍ରଧାନ,ବିଜୁ ଛାତ୍ର ଜନତା ଦଳର ସୋସିଆଲ ମିଡ଼ିଆ ସଂଯୋଜକ ଶ୍ରୀଯୁକ୍ତ ରଞ୍ଜିତ ନାୟକ,ଏସେଜି ଗ୍ରୁପ ର ମହିଳା ,ସିଆରର୍ପି, ଯୁବ ,ଛାତ୍ର, ୱାର୍ଡ ମେମ୍ବର ଆଦି ଯୋଗଦେଇ ଭବ୍ୟ ରଥକୁ ସ୍ଵାଗତ କରିଥିଲେ l


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।