ବାଣପୁର (ଆମ ଓଡ଼ିଶା ଖବର )ଗୋଟିଏ ପରେ ଗୋଟିଏ ଫଳକ ଭାଙ୍ଗିଚାଲିଛନ୍ତି ଦୁର୍ବୃତ୍ତ। ପ୍ରଶାସନ ସାଜିଛି ନିରବଦ୍ରଷ୍ଟା। ଫଳକ ଭାଙ୍ଗି କଣ ଲାଭ ପାଉଛନ୍ତି ଦୁର୍ବୁତ୍ତ, ସ୍ଥାନୀୟ ଅଞ୍ଚଳରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଚି।
ସୂଚନା ଥାଉକି ବାଣପୁର ବ୍ଲକ୍ ଦେଓଗାଁ ପଞ୍ଚାୟତ ଅଫିସ ସ୍ଥିତ ମଙ୍ଗଳବାର ବିଳମ୍ବିତ ରାତ୍ର ସମୟରେ ଫଳକ ଭାଙ୍ଗିଦେଇଥିବା ନେଇ ବୁଧବାର ନାଚୁଣୀ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଫଳକ ଭଙ୍ଗା ଘଟଣା ଆଗରୁ ଅନେକଥର ଘଟିଥିଲେ ମଧ୍ୟ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ତରଫରୁ କାହିଁକି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ରାଜ୍ୟ ସରକାରଙ୍କ ତରଫରୁ ପଞ୍ଚାୟତକୁ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଆସିଥିବା ବିକାଶ କାର୍ଯ୍ୟର ପ୍ରଥମେ ସୂଚନାଫଳକ ଦ୍ଵାରା ଜନସାଧାରଣଙ୍କୁ ଅବଗତ କରାଯାଇଥାଏ। ଫଳକ ଲାଗିବାର ଦୁଇଦିନ ନ ପୁରୁଣୁ ମାଟିରେ ଲେଉଟିଥିବା ଫଳକୁ ଦେଖିବାକୁ ମିଳୁଛି।ଏହି ପରିପେକ୍ଷୀରେ ସ୍ଥାନୀୟ ଲୋକଙ୍କ ଚର୍ଚ୍ଚା ହେଉଛି ଯେ ମଙ୍ଗଳବାର ମଧ୍ୟରାତ୍ର ରେ କିଛି ଯୁବକ ମା ମଙ୍ଗଳା ଙ୍କ ମନ୍ଦିର ଠାରେ ଭୋଜି କରୁଥିବାର ସ୍ଥାନୀୟ ଲୋକଙ୍କ ଭିତରେ ଚର୍ଚ୍ଚା ଚାଲିଛି l ଫଳକ କେଉଁମାନେ ଭାଙ୍ଗୁଛନ୍ତି, କାହିଁକି ଭାଙ୍ଗୁଛନ୍ତି ଏବଂ ସରକାରୀ ସମ୍ପତ୍ତିକୁ ନଷ୍ଟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ଉପରେ ସ୍ଥାନୀୟ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ଜୋର ଧରୁଛି l
More Stories
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
ଲୋକକଳା ଓ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ l