ଖୋର୍ଦ୍ଧା ଜିଲ୍ଲା ବାଣପୁର ରେ ସାହିତ୍ୟସିନ୍ଦୁରା “ର ଜନ୍ମୋତ୍ସବI ବାଣ ପୁର -ଅଶି,ମଶି, କାଳି, କଲମର ମାଟି ବାଣପୁର ରେ ପାଳିତ ହେଲା ସାରସ୍ଵତ ଅନୁଷ୍ଠାନ “ସାହିତ୍ୟସିନ୍ଦୁରା ର ଜନ୍ମୋତ୍ସବ । ଓଡ଼ିଆ ଜାତିର ଇଷ୍ଟଦେବତା ଶ୍ରୀଜଗନ୍ନାଥଙ୍କ ଜନ୍ମୋତ୍ସବ ର ପବିତ୍ରସ୍ନାନ ପୁର୍ଣ୍ଣିମା ଅବସରରେ ପ୍ରଭୁଙ୍କ କରୁଣା ଭିକ୍ଷା କରି ଆବାହକ ଶିକ୍ଷାବିତ୍ ଗୋଲକ ପରୀଡ଼ାଙ୍କ ସହଯୋଗରେ ବାଣପୁର ବିଧାରପୁର ଶୁଭମଙ୍ଗଳ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଥିଲା

ଏହି ସାରସ୍ଵତ ସମାରୋହ, ତାମିଲନାଡୁ ସରକାରଙ୍କ ଅବସରପ୍ରାପ୍ତ ପୂର୍ବତନ ମୁଖ୍ୟବନ ସଂରକ୍ଷକ ଆଶୁତୋଷ ସାମନ୍ତସିଂହାରଙ୍କ ସଭାପତିତ୍ଵରେ ଆୟୋଜିତ ସମାରୋହରେ ଡଃ ନୃସିଂହ ପ୍ରଧାନ, ଆଇନ ଜୀବି ରବିମାନସିଂ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, କବି ପୁରୁଷୋତ୍ତମ ମହାପାତ୍ର, ମୁରଲୀଧର ସାମନ୍ତସିଂହାର,ରାଜେନ୍ଦ୍ର ପ୍ରସାଦ ରଥ, ଭିକାରୀଚରଣ ପ୍ରଧାନ,ମଦନ ମହାପାତ୍ର, ଦିଗାମ୍ବର ବିଶ୍ଵାଳ , ଡଃ କୈଳାସ ମହାରଣା, ଅଧ୍ୟାପକ ଲକ୍ଷ୍ମୀଧର ସୁବୃଦ୍ଧି, ସର୍ବେଶ୍ଵର ଷଡ଼ଙ୍ଗୀ, ମହେଶ୍ଵର ଜେନା, ରଙ୍କ ନାଥ ସେଠୀ, ଦିଲ୍ଲୀପ ଶତପଥି, ଶଶିଭୂଷଣ ବରାଳ, ରବୀନ୍ଦ୍ର ପ୍ରଧାନ, ଲଳିତ ମୋହନ ନାୟକ, ସଂଧ୍ୟା ଦେବୀ, ବିଷ୍ଣୁପ୍ରିୟା ଦେବୀ ପ୍ରମୁଖ ଚିଲିକା ବାଣପୁର ଅଞ୍ଚଳରବହୁ ସାରସ୍ଵତ ପ୍ରତିଭା ଯୋଗଦେଇ ମାତୃ ଭାଷା ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ଏହାର ପ୍ରଚାର ପ୍ରସାର ନିମନ୍ତେ ଉଦ୍ୟମ ଆରମ୍ଭ କରିବାପାଇଁ ସଂକଳ୍ପ ନେଇଥିଲେ !!


More Stories
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।