ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଗାନ୍ଧୀ ପଡିଆ ରେ ଓଡିଶା ପତ୍ରକାର ସଙ୍ଘ ଖୋର୍ଦ୍ଧା ଜିଲ୍ଲା ଶାଖା ର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ( DIPRO ) ଜୋତ୍ସନାମୟୀ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ( AICCTU) ସାଧାରଣ ସମ୍ପାଦକ ମହିନ୍ଦ୍ର କୁମାର ପରିଡା,ସଂମ୍ମାନିତ ଅତିଥି ରୂପେ ରାଜକିଶୋର ଦାସ ଯୋଗଦେଇଥିଲେ l ଏହିକାର୍ଯ୍ୟକ୍ରମ ରେ ପ୍ରଥମେ ଅତିଥି ମାନଙ୍କୁ ଆମନ୍ତ୍ରଣ କରି ପୁଷ୍ପଗୁଚ୍ଛ ଦେଇ ଆମନ୍ତ୍ରଣ କରାଗଲା l ପରେ ପରେ ରେଳ ଦୁର୍ଘଟଣା ରେ ପ୍ରlଣ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସତଗତି ନିମନ୍ତେ ୨ମିନିଟ ନିରବ ପାର୍ଥନା କରାଯାଇ ଅତିଥି ମାନଙ୍କ ଦ୍ୱାରା ସାମ୍ବାଦିକ ମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଛି l

ଏଥିରେ ଏଥିରେ ସାମ୍ବାଦିକଙ୍କ ମୌଳିକ ବୃତ୍ତି କୁ କଣ୍ଠ ରୋଧ କିଭଳି ସରକାର ସ୍ଥର ହେଉବା ବେସରକାରୀ ସ୍ଥରରେ ଛିର୍ଣ୍ଣ କରାଯାଇଛି ଓ ଅଧିକାର ରୁ ବଞ୍ଚିତ କରାଯାଥିବା ବିଷୟରେ ଆଲୋଚନା କରି ସମସ୍ତଙ୍କୁ ଏକାଠି କାରବାକୁ ଆହ୍ୱାନ ଦିଆଯାଇଛି l ଆଗାମୀ ଦିନ ମlନରେ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ରହୁଥିବା ସାମ୍ବାଦିକ ସ୍ୱାଧୀନତାର ସହିତ ଖବର ସଂଗ୍ରହ କରିପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସରକାର ଙ୍କୁ ନିବେଦନ କରିଛନ୍ତି l ଖୋର୍ଦ୍ଧା ଜିଲ୍ଲା ସଭାପତି ମାଧବ ଚନ୍ଦ୍ର ରାଉତଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ କୁ ବଡ଼ ଧୁମ ଧାମ ରେ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଶେଷରେ ସଭାପତି ଯୋଗେଶ୍ୱର ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭାସlଙ୍ଗ କରାଯାଇଥିଲା!!
More Stories
ରାଜା ୱେଲଫ୍ୟାର ଟ୍ରଷ୍ଟ ପକ୍ଷରୁ ସୁଖିଲା ଖାଦ୍ୟ ବଣ୍ଟନ l
ୟୁଟ୍ୟୁବର ସରୋଜ ମିଶ୍ର ଓରଫ ତପି ମିଶ୍ରକୁ ଗିରଫ କଲା ଇନ୍ଫୋସିଟି ଥାନା ପୋଲିସ।
ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପରଲୋକ ।