ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଗାନ୍ଧୀ ପଡିଆ ରେ ଓଡିଶା ପତ୍ରକାର ସଙ୍ଘ ଖୋର୍ଦ୍ଧା ଜିଲ୍ଲା ଶାଖା ର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ( DIPRO ) ଜୋତ୍ସନାମୟୀ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ( AICCTU) ସାଧାରଣ ସମ୍ପାଦକ ମହିନ୍ଦ୍ର କୁମାର ପରିଡା,ସଂମ୍ମାନିତ ଅତିଥି ରୂପେ ରାଜକିଶୋର ଦାସ ଯୋଗଦେଇଥିଲେ l ଏହିକାର୍ଯ୍ୟକ୍ରମ ରେ ପ୍ରଥମେ ଅତିଥି ମାନଙ୍କୁ ଆମନ୍ତ୍ରଣ କରି ପୁଷ୍ପଗୁଚ୍ଛ ଦେଇ ଆମନ୍ତ୍ରଣ କରାଗଲା l ପରେ ପରେ ରେଳ ଦୁର୍ଘଟଣା ରେ ପ୍ରlଣ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସତଗତି ନିମନ୍ତେ ୨ମିନିଟ ନିରବ ପାର୍ଥନା କରାଯାଇ ଅତିଥି ମାନଙ୍କ ଦ୍ୱାରା ସାମ୍ବାଦିକ ମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଛି l

ଏଥିରେ ଏଥିରେ ସାମ୍ବାଦିକଙ୍କ ମୌଳିକ ବୃତ୍ତି କୁ କଣ୍ଠ ରୋଧ କିଭଳି ସରକାର ସ୍ଥର ହେଉବା ବେସରକାରୀ ସ୍ଥରରେ ଛିର୍ଣ୍ଣ କରାଯାଇଛି ଓ ଅଧିକାର ରୁ ବଞ୍ଚିତ କରାଯାଥିବା ବିଷୟରେ ଆଲୋଚନା କରି ସମସ୍ତଙ୍କୁ ଏକାଠି କାରବାକୁ ଆହ୍ୱାନ ଦିଆଯାଇଛି l ଆଗାମୀ ଦିନ ମlନରେ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ରହୁଥିବା ସାମ୍ବାଦିକ ସ୍ୱାଧୀନତାର ସହିତ ଖବର ସଂଗ୍ରହ କରିପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସରକାର ଙ୍କୁ ନିବେଦନ କରିଛନ୍ତି l ଖୋର୍ଦ୍ଧା ଜିଲ୍ଲା ସଭାପତି ମାଧବ ଚନ୍ଦ୍ର ରାଉତଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ କୁ ବଡ଼ ଧୁମ ଧାମ ରେ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଶେଷରେ ସଭାପତି ଯୋଗେଶ୍ୱର ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭାସlଙ୍ଗ କରାଯାଇଥିଲା!!


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ହୋଲି ରେ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ।