ବାଣପୁର:(ଆମ ଓଡ଼ିଶା ଖବର )ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି। ସୋମବାର ପ୍ରଥମ ଦିବସରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ମନ୍ଦିରରୁ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀ ମାନଙ୍କ ସହ ମସାଲ ଶୋଭାଯାତ୍ରାରେ ସାମିଲ ହୋଇ ବିଦ୍ୟାଳୟରେ ପହଞ୍ଚି ଉତ୍ସବକୁ ଆନୁଷ୍ଠାନିକ ରୂପେ ଉଦଘାଟନ କରିବା ସହ ପତାକା ଉତଳନ କରି କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ପ୍ରଥମ ଦିନରେ ଲଙ୍ଗଜମ୍ପ, ଦୌଡ, ସଟପୁଟ୍ ଆଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ, କ୍ରୀଡା ଉପସଭାପତି ଅଧ୍ୟାପିକା କଲ୍ୟାଣୀ ବୈରିଗଞ୍ଜନ, ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ, କ୍ରୀଡା ଶିକ୍ଷକ ବିଭୁଦେନ୍ଧୁ ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କ୍ରୀଡା ଉତ୍ସବକୁ ସୁନିଲ କୁମାର ପଟ୍ଟନାୟକ, କଳ୍ପଶ୍ରୀ ପ୍ରଧାନ, ନୀତିଶ କୁମାର ରାଉତ ଓ ସିଦ୍ଧାନ୍ତ କୁମାର ସ୍ବାଇଁ ପ୍ରମୁଖ କ୍ରୀଡା ଶିକ୍ଷକ ଖେଳ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ମହାପାତ୍ର, ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରାୟ, ସୁଚିତ୍ରା ଦାଶ, ରୋଜାଲିନ୍ ଦାଶ, ସାଗରିକା ଦାଶ, କସ୍ତୁରି ପଟ୍ଟନାୟକ, ରବିନ୍ଦ୍ର ମାର୍ଥା, ଅକ୍ରୁର ପ୍ରଧାନ ସୁନିଲ୍ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l
ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ l


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।