ଖୋର୍ଦ୍ଧା ୧୬/୧୨(ଆମ ଓଡ଼ିଶା ଖବର ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସଦର ପଂଚାୟତ ନିକଟବର୍ତ୍ତୀ ପାହାଡ଼ ପାଦ
ଦେଶରେ ଅବସ୍ଥିତ ମା ଭୁଇଁଆଣି ପୀଠରେ ମା’ଙ୍କର ୩୫ତମ ଧନୁଯାତ୍ରା ମହା ଆଡମ୍ବର ଭାବେ ଅନୁଷ୍ଠିତ ହେଉଅଛି।ଏହି ଅବସରରେ ରବିବାର ମା’ଭୁଇଁଆଣି ଠାକୁରାଣୀ (ବନଦୁର୍ଗା) ଙ୍କର ଅଧିବାସ ଓ ହୋମାଦି କାର୍ଯ୍ୟ ପଣ୍ଡିତ ମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥିବା ବେଳେ ସୋମବାର ମା’ଙ୍କ ବିଜେ ପ୍ରତିମା ଏକ ସୁସଜ୍ଜିତ ବିମାନରେ ଛତ୍ରୀ,ତ୍ରାସ,ଘଣ୍ଟ, ଘଣ୍ଟା ଓ ବାଦ୍ୟର ତାଳେତାଳେ ସକାଳ ପୂର୍ବାହ୍ନରେ ଗ୍ରାମ୍ୟ ପରିକ୍ରମା କରି ମା’ ନିଜ ମନ୍ଦିର ଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ମା ଭୁଇଁଆଣି ଟ୍ରଷ୍ଟବୋର୍ଡ ଦ୍ୱାରା ଆୟୋଜିତ ଏହି ଧନୁଯାତ୍ରାରେ ସୋମବାର ଠାରୁ ବୁଧବାର ଦୀର୍ଘ ୩ଦିନ ବ୍ୟାପି ସେଠାରେ ଦର୍ଶନାର୍ଥୀ ତଥା ଜନ ସାଧାରଣଙ୍କ ମନୋରଂଜନ ନିମନ୍ତେ ନୟାଗଡ଼ ଜିଲ୍ଲା ଭୁତଦିହ ମା ବାଉତି ନାଟ୍ୟ ସଂସଦ ଦ୍ୱାରା ନାଟକ ପରିବେଷଣ ହେଉଅଛି।ସେହିପରି ଧନୁଯାତ୍ରା ଉଦଯାପିତ ତଥା ବୁଧବାର ସନ୍ଧ୍ୟାରେ ଆତସବାଜି ପ୍ରତିଯୋଗିତା ହେବବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ ସୂଚନା ମିଳିଛି। ଏହିପରି ଦୀର୍ଘ ୪ଦିନ ସନ୍ଧ୍ୟାରେ ଯାତ୍ରାରେ ବିଭିର୍ଣ୍ଣ ବର୍ଗର ବ୍ୟବସାୟୀ ମାନେ ଏଠାରେ ରହି ନିଜର ଦୋକାନ ପସରା ଆଦି ଖୋଲି ବ୍ୟବସାୟ ନିମନ୍ତେ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି ଓ ଛୋଟ ଛୋଟ ବେପାରୀ ମାନେ ଏଠାରେ ଉପସ୍ଥିତ ରହି ଏହାର ସୁଯୋଗ ନେଉଛନ୍ତି।

ସର୍ବୋପରି ଏହି ପୀଠଟି ଏକ ପ୍ରାକୃତିକ ମନୋରମ ସ୍ଥଳୀ ଥିବାରେ ଏହି ଯାତ୍ରା ଦେଖିବାଲାଗି ଆଖପାଖ ଗାଁ ମାନଙ୍କରୁ ବହୁ ଶ୍ରଦ୍ଧାଳୁ ପ୍ରମୁଖ ମାନେ ଯାତ୍ରା ଦେଖିବା ସହ ମା’ଙ୍କର କରୁଣା ଭିକ୍ଷା ଲାଭ କରୁଛନ୍ତି। ଏଠାରେ ଭିଡ଼ ଲାଗିଥିବା ନେଇ ବୋଲଗଡ଼ ତୁହନ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ରିପୋର୍ଟ :ପ୍ରସନ୍ନ କୁମାର ସ୍ୱାଇଁ
More Stories
ଉତ୍କଳକ ସାମ୍ବାଦିକ ସଂଘର ଖୋର୍ଦ୍ଧା ଜିଲ୍ଲା ସାଧାରଣ ବୈଠକ ଅନୁଷ୍ଟିତ ।
ଶ୍ରୀବ୍ୟାସଦେବଙ୍କ ଜନ୍ମ ତିଥିରେ ଗୁରୁ ପୂର୍ଣ୍ଣିମା, ଆଲୋଚନା ଚକ୍ର।
ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ‘ମା ପାଇଁ ଗଛଟିଏ ‘ ସାମୁହିକ ବୃକ୍ଷରୋପଣ