ବିୟୁରୋ ରିପୋର୍ଟ.( ଆମ ଓଡ଼ିଶା ଖବର )
ବାଣପୁର :ଖୋର୍ଦ୍ଧା ଜିଲ୍ଲା ବାଣପୁର ପୂର୍ବ ଶତୃତାକୁ କେନ୍ଦ୍ରକରି ଗତ ୮ତାରିଖ ରାତ୍ରି ସମୟରେ ବାଣପୁର ତହସିଲ ରୋଡ଼ ପାଣ୍ଡିରିପଦର ଛକଠାରେ ଦୁଇଜଣଙ୍କ ମଧ୍ୟ୍ୟରେ ହୋଇଥିଲା ମାରପିଟ। ମଙ୍ଗଳବାର ରାତିରେ କେନାଲ ସାହିର ରମେଶ ଚନ୍ଦ୍ର ଷଢଙ୍ଗୀ ଙ୍କ ପୁଅ ରଞ୍ଜନ ଷଡ଼ଙ୍ଗୀ ବୟସ (୩୦), ଗୋପାଳ ପୁର ଗ୍ରାମର ନନ୍ଦକିଶୋର ମିଶ୍ର ଙ୍କର ସାନପୁଅ ରଜତ ମିଶ୍ର ବୟସ (୩୨) ବର୍ଷ, ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା I ଉକ୍ତ ରଜତ ମିଶ୍ର ରଞ୍ଜନ ଙ୍କୁ ମାଡ଼ ମାରିବାରୁ ରଞ୍ଜନ ଘଟଣା ସ୍ଥଳରେ ଗୁରୁତର ହୋଇପଡ଼ିଥିଲା ,ଘଟଣା ସ୍ଥଳରେ ରଞ୍ଜନ କୁମାର ଷଡଙ୍ଗୀ କୁ ତାଙ୍କ ପରିବାର ଘଟଣା ସ୍ଥଳରେ ପଡିରହିଥିବା ଦେଖି ସଙ୍ଗେ ସଙ୍ଗେ ବାଣପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ I

ରଞ୍ଜନ ର ଅବସ୍ଥା ଗୁରୁତର ଥିବାରୁ ଚିକତ୍ସା ପାଇଁ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ୯ତାରିଖ ବିଳମ୍ବିତ ରାତ୍ରିରେ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା,ରଞ୍ଜନ ଙ୍କ ମା , ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।ଏନେଇ ବାଣପୁର ପୋଲିସ କେସ ନମ୍ବର -୨୯୫ /୨୩ରେ ଏକ ମାମଲା ରୁଜ କରି ଅଭିଯୁକ୍ତ ରଜତ ମିଶ୍ର ଓ ରଫ ଗୁଣ୍ଡୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ. ୨୦୨୦ ରେ ରଜତ ମିଶ୍ର ନିଜ ଧର୍ମପତ୍ନୀ ଙ୍କୁ ହତ୍ୟା କରି ଜେଲ ଯାଇଥିଲା, ଜେଲରୁ ବାହାରି ୨୦୨୧ ରେ ନିଜ ଘରେ ଭଡାରେ ରହୁଥିବା ଏକ ନାବାଳିକା ଝିଅକୁ ନେଇ ଫେରାର ମାରିଥିଲା l ଝିଅର ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ ବାଣପୁର ପୋଲିସ ପୁଣି ରଜତ ମିଶ୍ରକୁ ବାନ୍ଧି ଜେଲକୁ ପଠାଇ ଥିଲା l ରଜତ ବାରମ୍ବାର ଏହିଭଳିଆ କାଣ୍ଡ କରୁଥିବାରୁ ସ୍ଥାନୀୟ ଲୋକେ ଭୟବିତ୍ତ ଅବସ୍ଥାରେ ଅଛନ୍ତି l


More Stories
Prof. Dr. Sanatan Behera caught taking bribe in vigilance net
Interstate Arms License Racket Busted by Rourkela Police.
ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହତ l