ରିପୋର୍ଟ :- ଜଗନ୍ନାଥ ମହନ୍ତ
ଜନ୍ମ କଲା ଶିଶୁ ପୁତ୍ରକୁ ହତ୍ୟା କଲା ମା। ଏଭଳି ଅଭାବ ନୀୟ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ନମକାନୀ ଗ୍ରାମରେ ଘଟିଛି । ଖବର ପାଇ ତେଲକୋଇ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସୂଚନା ମୁତାବକ ଗ୍ରାମର ଗୁରୁ ଜୁଆଙ୍ଗ ଙ୍କ ୨୪ ଦିନର ଶିଶୁ ପୁତ୍ର ସୋନୁ କୁ ମା ଲକ୍ଷ୍ମୀ ଜୁଆଙ୍ଗ ମୁଣ୍ଡରେ ସିନ୍ଦୁର ଲଗାଇ ଏକ ଧାରୁଆ ଅସ୍ତ୍ର ରେ ହାଣି ମୁଣ୍ଡ ରୁ ଶରୀର ରୁ ଅଲଗା କରି ହତ୍ୟା କରିଛି । ତେବେ ଚାରି ପାଞ୍ଚ ବର୍ଷ ପୂର୍ବେ ମଧ୍ୟ ଲକ୍ଷ୍ମୀ ତାଙ୍କର ଏକ ଶିଶୁ କନ୍ୟାକୁ ହତ୍ୟା କରି ଜେଲ ଯାଇଥିଲେ । ସେଠାରୁ ଜାମିନ ରେ ଆସି ୨୫ ଦିନ ପୂର୍ବେ ଏକ ଶିଶୁ ପତ୍ରକୁ ଜନ୍ମ ଦେଇଥିଲେ । ହେଲେ ଆଜି ପୁଣି ଜନ୍ମ କଲା ଶିଶୁ ପୁତ୍ରକୁ ହତ୍ୟା କରିଥିବା ଜଣା ପଡ଼ିଛି ।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.