ବୌଦ୍ଧ (ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅଧିକାରୀ ଓ କର୍ମଚାରୀ ଙ୍କ ଦ୍ୱାରା ଚୋରା କାଠ ପଟା,ଗାଡି ଜବଦ ସହ ଦୁଇ ଆସାମୀ କୁ ଗିରଫ କରିବା ଭଳି ଚୋରା ରକେଟ ର ପର୍ଦାଫାଶ କରିଛି!ସୂଚନା ଅନୁଯାଇ ଉକ୍ତ ରେଞ୍ଜ ଅଞ୍ଚଳରେ ଚୋରା କାଠ ପଟା ଚାଲାଣ ଘଟଣା ବହୁ ଦିନରୁ ଚାଲୁଥିବା ବେଳେ ଗତ କାଲି ବିଳମ୍ବିତ ରାତ୍ରିରେ ତଳଗଁl ଅଞ୍ଚଳ ରୁ ବେଆଇନ ଭାବେ ଏକ ମ୍ୟାକ୍ସ ପିକଅପ OD -05AN9173ଗାଡି ଯୋଗେ 39ଖଣ୍ଡ ଶାଗୁଆନ ପଟା, 8ପିସ ଶାଳପଟା ଚୋରାଚାଲାଣ ହେଉଥିବା ନେଇ ମାଧପୁର ରେଞ୍ଜ ଅଧିକାରୀ ଆସିକ କୁମାର ଦିଗାଲ ବିଶେଷ ସୂତ୍ରରୁ ଖବର ପାଇ କର୍ମ ଚାରୀଙ୍କ ସହ ରାତ୍ରି ଅପରେସନ କରି ଥିଲେ!ଗାଡିଟି ମାଧପୁର ଛକ ଠାରେ ବିଭାଗ କୁ ଚକମା ଦେଖାଇ ପଳାଇ ଯାଉଥିବା ବେଳେ ପଛରେ ପିଛା କରି ରାଣୀଗଞ୍ଜ ଗ୍ରାମ ରେ ବିଭାଗ ହାତରେ ଧରାପଡ଼ିଥିଲା!ଉକ୍ତ ଗାଡି ର କାଠ ପଟା, ଗାଡି ଜବଦ କରିବା ସହିତ ଚୋରି ରେ ସମ୍ପୃକ୍ତ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଂଚଳ ର ଅକ୍ଷୟ କୁମାର ବେହେରା (36)ଶକ୍ତିକାନ୍ତ ନାଏକ (23)ଙ୍କୁ ଗିରଫ କରି ଥିବା ଜଣା ପଡିଛି!ଉକ୍ତ ଅପରେସନ ରେ ରେଞ୍ଜ ଅଧିକାରୀ ଙ୍କ ସମେତ ଫରେଷ୍ଟର ସୁଶୀଲ ହୋତା, ଅଭିମନ୍ୟୁ ମହାନ୍ତି, ରବୀନ୍ଦ୍ର କୁମ୍ଭlର, ଫରେଷ୍ଟଗାର୍ଡ ଶରତ ନାଏକ, ସୁନିଲ କ୍ଷେତ୍ତି, ଦୀପକ ପ୍ରଧାନ ସ୍ୱାଧୀନ ପ୍ରଧାନ ଙ୍କ ଅନ୍ୟ କର୍ମଚାରୀ ସାମିଲ ଥିଲେ! ଦୁଇ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରିବା ସହ ଉକ୍ତ ପଟା ଗୁଡିକର ଆନୁମାନିକ ମୂଲ୍ୟ 2ଲକ୍ଷ ହେବ ବୋଲି ରେଞ୍ଜ ଅଧିକାରୀ ଆସିକ କୁମାର ଦିଗାଲ ସୂଚନା ଦେଇଛନ୍ତି!
ମାଧପୁର ବନାଞ୍ଚଳ ଅଧିକାରୀ ଙ୍କ ବଡ଼ ସଫଳତା…

More Stories
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l