ବୌଦ୍ଧ,( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା -କଣ୍ଟାମାଳ ବ୍ଲକ ଖଟଖଟିଆ ସରକାରୀ ଉ.ପ୍ରା ବିଦ୍ୟାଳୟରେ ଆନ୍ତର୍ଜାତିକ କନ୍ୟା ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ରଂଜୁ ଅମାତ ଙ୍କ ତତ୍ତ୍ୱl ବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଶତପଥୀ ଅଧ୍ୟକ୍ଷତା କରିଥିଲେ, ଉକ୍ତ ସଭାରେ ଶିକ୍ଷୟିତ୍ରୀ ସ୍ନେହପ୍ରଭା ମହାପାତ୍ର,ଦୀପ୍ତିମୟୀ ବୈଠାରୁ, ବନିତା ମେହେର ପ୍ରମୁଖ ନାରୀମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ରାଣୀ ଲକ୍ଷ୍ମୀବାଇ,ଇନ୍ଦିରା,ମଦରଟେରେସା ଙ୍କ ଉଦାହରଣ ଦେଇଥିଲେ ।ଶିକ୍ଷକ ସମୀର କୁମାର ପ୍ରଧାନ ସମାଜର ମହୀୟସୀ ନାରୀଙ୍କ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଶିକ୍ଷକ ସୁରେନ୍ଦ୍ର କୁମାର କମ୍ପ ଆଜିର ନାରୀ ସମାଜକୁ ହିଁ ସଂସ୍କାର ଆଣିପାରିବ ବୋଲି କହିଥିଲେ ।ଏଥିରେ ଛାତ୍ରୀ ଆରୁଷି କମ୍ପ,ଶ୍ୱେତଲୀନା କମ୍ପ, ପ୍ରମୁଖ କୁନ୍ତଳା କୁମାରୀ ସାବତ ଙ୍କ ରଚିତ କବିତା କହିବି କଥାଟି ଆବୃତି କରିଥିଲେ ।ଶେଷରେ ମିନା ମନ୍ତ୍ରୀ ପୂର୍ଣ୍ଣିମା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଖଟଖଟିଆରେ ଆନ୍ତର୍ଜାତିକ କନ୍ୟା ଦିବସ ପାଳିତ ।


More Stories
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ l