ବେଗୁନିଆପଡା, (ଦେବାଶିଷ):ବେଗୁନିଆପଡା ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବାଳିକା ଦିବସ -2023 ଅନୁଷ୍ଠିତ ହୋଇ ଯାଇଛି | ବିଇଓ ରୁଦ୍ରନାରାୟଣ ସାହୁ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଏବିଇଓ ଜୟଦେବ ଜେନା ଓ ସୋମନାଥ ସେଠି ଯୋଗ ଦେଇ ବାଳିକା ମାନଙ୍କ ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତା କୁ ମୂଲ୍ୟାଙ୍କନ କରିଥିଲେ | ୧୨ କ୍ଳଷ୍ଟର ର ସିଆରସିସି ଏହି ପ୍ରତିଯୋଗିତା, ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ କୁ ପର୍ଯ୍ୟବେକ୍ଷଣ କରିଥିଲେ | ବରିଷ୍ଠ ବିତର୍କ ପ୍ରତିଯୋଗିତା ରେ କୋଦଳା ନୋଡାଲ ସ୍କୁଲ ର ଦଶମ ଶ୍ରେଣୀ ର ଶିବାନୀ ଜେନା ପ୍ରଥମ ଏଵଂ କନିଷ୍ଠ ବିତର୍କ ରେ ମର୍ଦମେଖ ନୋଡାଲ ହାଇସ୍କୁଲ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଇଟି ପ୍ରଧାନ ପ୍ରଥମ ଏଵଂ
ପ୍ରବନ୍ଧ ବରିଷ୍ଠ ରେ ସାତନଳ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରୀତିପ୍ରଜ୍ଞା ପଣ୍ଡା ପ୍ରଥମ,ଚିତ୍ରାଙ୍କନ ବରିଷ୍ଠ ରେ ଦଶମ ଶ୍ରେଣୀ ଛାତ୍ରୀ ଜସ୍ମିନ ସାହୁ ପ୍ରଥମ କାଲିମେଘି ଜାଗିଲିପଦର ହାଇସ୍କୁଲ,ଚିତ୍ରାଙ୍କନ କନିଷ୍ଠ ସପ୍ତମ ଶ୍ରେଣୀ ଛାତ୍ରୀ ଶୀତଳ ବିଶ୍ୱାଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ |
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବାଳିକା ଦିବସ ୨୦୨୩ ଅନୁଷ୍ଠିତ l


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |