ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 26/8/23() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବାଣିଭୂଷଣପୁର ପଞ୍ଚାୟତ୍ ର ଠିଡିକାଜୋର୍ ହାଟପଦା ସାହି ରେ ଅଗ୍ନି କାଣ୍ଡ ଘଟି କୁବେର ମଲିକ ଙ୍କ ଦୁଇ ବଖରା ଘର ସଂପୂ୍ଣ୍ଣ ନଷ୍ଟ ହୋଇଯାଇଛି। ସୂଚନା ମତେ କୁବେର ଙ୍କ ଘରେ ତାଙ୍କ ବୁଢ଼ୀ ମାଆ ରୋଷେଇ କରୁଥିବା ସମୟରେ ହଠାତ୍ ଚୁଲିରୁ ନିଆ ବାହାରି ଚାଳ କୁ ଧରିଦେଇଥିଲା। ଓ ଚାଳ ଘରଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଲା।

ସାଇ ପଡ଼ିଶା ଲୋକ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ଯ ନିଆଁ ର ପ୍ରକୋପ ଏତେ ଜୋର ଥିଲା ଯେ ଆୟତ୍ତ କରିପାରି ନଥିଲେ। ତା ପରେ ସାଙ୍ଗେ ସାଙ୍ଗେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ସେତେବେଳକୁ ନିଆଁ ରେ କୁବେର ମଲିକ ଙ୍କ ଦୁଇବଖରା ଘର ଓ ଭିତର ଥିବା ସମସ୍ତ ଧାନ ଚାଉଳ, ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। କୁବେର ଜଣେ ଦିନ ମଜୁରୀଆ ଗରିବ ଲୋକ ହୋଇଥିବା ରୁ ତାଙ୍କୁ ସରକାରୀ ସହାୟତା ଯୋଗେଇ ଦେବା ପାଇଁ ସାଧାରଣ ରେ ଦାବି ହେଉଛି।


More Stories
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l
ଓଡ଼ିଆ ପକ୍ଷ ପାଳନ ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ l
ट्रस्ट टाउन वेलफेयर सोसाइटी की दूसरी आम सभा की बैठक।