ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ )
ସରକାର ଙ୍କ ବହୁ ପ୍ରତିକ୍ଷତ ଖୋର୍ଦ୍ଧା ବଲାଙ୍ଗୀର ପ୍ରକଳ୍ପ ଟି ବର୍ତ୍ତମାନ ବୌଦ୍ଧ ଜିଲ୍ଲାର କିଛି ସ୍ଥାନ ରେ ଅନ୍ତିମ ପର୍ଯ୍ୟାୟ ଥିବା ବେଳେ ଏହି ପ୍ରକଳ୍ପ ରେ ନିୟୋଜିତ ଥିବା ଠିକା ସଂସ୍ଥା ମାନଙ୍କ ଜୁଲୁମ ଓ ମନମୁଖୀ ଶାସନ ଦିନକୁ ଦିନ ବଢ଼ିବାରେ ଲାଗିଛି l
ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଆଡ଼େଣିଗଡ଼ ପଞ୍ଚାୟତ ରେ l ସୂଚନାମତେ ଖୋର୍ଦ୍ଧା -ବଲାଙ୍ଗୀର ପ୍ରକଳ୍ପ ରେ ନିୟୋଜିତ ଥିବା ଏକ ଠିକା ସଂସ୍ଥା ପଞ୍ଚାୟତ ନଳକୂପ ରୁ ନିଜ କ୍ୟାମ୍ପ ପାଇଁ ପାଣି ଚୋରି କରି ନେଉଥିବା ଅଭିଯୋଗ ହୋଇଛି l ସମ୍ପୃକ୍ତ ସଂସ୍ଥା ଟି ଗୋଛାବାରୀ ଗେଲ୍ହାବରାଳି ସହି ର NH 57କଡ଼ ରେ ଥିବା ଏକ ନଳକୂପ ର ହେଣ୍ଡଲ ଉପାଡି ଦେଇ ସେଥିପାଇଁ ନିଜେ ଏକ ମଟର ସଂଯୋଗ କରି ନିଜ ଠିକା କାମରେ ବ୍ୟବହାର କରୁଥିଲା l ଗ୍ରାମବାସି ସରପଞ୍ଚ ଙ୍କୁ ଡାକି ଏହା କୁ ଦେଖେଇଥିଲେ, ସରପଞ୍ଚ ଉପରକ୍ତ ଅଧିକାରୀ ଙ୍କୁ ଫୋନ ଯୋଗେ ଜଣାଇଥିଲେ ମଧ୍ୟ କେହି ଏହାର କର୍ଣ୍ଣପାତ କରି ନଥିଲେ, ଫଳତଃ ଆଜି ସରପଞ୍ଚ ନିଜେ ଉପରୋକ୍ତ ସ୍ଥାନକୁ ଯାଇ ସେଠି ଲାଗିଥିବା ପାଣି ପାଇପ ଓ କରେଣ୍ଟ ତାର କୁ କାଟି ଫୋପାଡ଼ି ଦେଇଥିଲେ l ଏହି ସଂସ୍ଥା ର ମନମୁଖୀ କାର୍ଯ୍ୟ ପାଇଁ ନଳକୂପ ଉପରେ ନିର୍ଭର ଥିବା ତିରିଶ ପରିବାର ପାଣି ପାଇଁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏହାର ଉପଯୁକ୍ତ ତଦନ୍ତ କରି ସମ୍ପୃକ୍ତ ଠିକା ସଂସ୍ଥା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି l


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l