ବୌଦ୍ଧ (ଚିତ୍ତରଞ୍ଜନ ସିଂ )
ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ସୂଚନା ଅନୁଯାୟୀ ବୌଦ୍ଧ ଥାନା ତାକୁଡ଼ ଗ୍ରାମର ରାସ୍ତା ଉପରେ ଏକ ମୃତଦେହ ପଡିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି । ସକାଳୁ ଖବର ପ୍ରଚାରିତ ହେବା ପରେ ମୃତଦେହ ଦେଖିବା ପାଇଁ ଆଖପାଖ ଅଂଚଳରୁ ଲୋକେ ଭିଡ଼ ଜମିଥିଲା! ପରିବାର ଲୋକେ ପହଂଚି ଉକ୍ତ ମୃତଦେହ ଚିହ୍ନଟ କରିଛନ୍ତି । ମୃତକ ହେଲେ ପୁରୁଣାକଟକ ଥାନା ଛେଳିଲେଣ୍ଡି ଗ୍ରାମର ରମେଶ ବାରିକ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପାଲିସ ପହଂଚି ନଥିବା ଜଣାପଡିଛି।ପୋଲିସ ତଦନ୍ତ ପରେ ଏହା ହତ୍ୟା ନାଁ ଆତ୍ମ ହତ୍ୟା ସଠିକ ଜଣାପଡିବ!


More Stories
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.
ODISHA POLICE DISTRICT HEADQUARTERS, KHORDHA.