( ବିୟୁରୋ ରିପୋର୍ଟ )
ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବାଣପୁର ବାଇପାସ 16 ନମ୍ବର ଜାତୀୟ ରାଜପଥ ରୁ ଏକ ଗାଡ଼ିରେ ଗୋ ଚାଲାଣ ହେଉଥିବା ଖବର ପାଇ ଚିଲିକା ପ୍ରଖଣ୍ଡ ବଜରଙ୍ଗ ଦଳ ଗାଡିକୁ ପିଛାକରି ଅଟକାଇଥିଲେ l ଗାଡ଼ିରେ ରକ୍ତ ଚୁଡୁବୁଡୁ ହୋଇଛି ସେଥିରେ ଅନେକ ଗୋରୁଙ୍କ ମୃତ୍ୟୁଦେହ ଥିଲା l କିନ୍ତୁ ଏହି ଗାଡିଟି କଲିକତା ରୁ ଆନ୍ଦ୍ର ଅଭିମୁଖେ ଯାଉଥିବା ବେଳେ ବଜରଙ୍ଗ ଦଳକୁ ପ୍ରଥମେ ଖବର ପହଂଚିବା ବେଳେ ସେଠାରେ ଗାଡିକୁ ଅଟକାଇ ଦେଖିଲା ବେଳକୁ ଗାଡିଟି ଆନ୍ଦ୍ର ପ୍ରଦେଶର ବୋଲି ଜଣାପଡିଥିଲା l ଘଟଣା ସ୍ଥଳରେ ଉତେଜନା ଲାଗିରହିଥିବା ଦେଖି ବାଣପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗାଡିର ଡ୍ରାଇଭର ଓ ହେଲ୍ପରକୁ ଅଟକ ରକ୍ଷୀ ତଦନ୍ତ ଚଳାଇଛନ୍ତି l
ଏହିଗୋରୁ ଚାଲାଣରେ କେଉଁ ବ୍ୟକ୍ତିଙ୍କ ହାତ ଅଛି ପ୍ରକୃତ ରହସ୍ୟ ପର୍ଦାଫାଶ ହେବ ବୋଲି ବାଣପୁର ପୋଲିସ ଅଧିକାରୀ ସୁଚନା ଦେଇଛନ୍ତି
ହିନ୍ଦୁ ଧର୍ମରେ ଗୋମାତା କୁ ପୂଜା କରୁଥିବା ବେଳେ ଗୋମାତା ମାନଙ୍କୁ ଅତି ନିର୍ମମ ହତ୍ୟା କାରାରଉଥିବା ଅତ୍ୟନ୍ତ ଦୁଃଖଦ ଖବର ଦେଖିବାକୁ ମିଳୁଛି ଏହିପରି ବାରମ୍ବାର ଗୋରୁ ଙ୍କୁ ମାରିବା ଓ ଗୋଚାଲାଣ ହେଉଥିବା ଦେଖିବାକୁ ମିଳୁଛି ଓ ଖବର କାଗଜରେ ଖବର ବାରମ୍ବାର ପ୍ରକାଶ ହୋଇଥିବା ବେଳେ କେବେ ପ୍ରଶାସନ ର ନିଦ ଭାଙ୍ଗିବ ତାହା ଦେଖିବାକୁ ବାକିରହିଲା l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.