ଭବାନୀପାଟଣା – ଜନ ସଂଖ୍ୟା ଅନୁପାତରେ ସଂରକ୍ଷଣ ଦାବି ନେଇ ଓବିସି ,ଏସଟି, ଏସସି ମିଳିତ ମହାସଂଘ ତରଫରୁ ସୋମବାର କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଥିଲା । ଉଚ୍ଚ ଶିକ୍ଷା, ବୃତ୍ତିଗତ ଶିକ୍ଷା ଓ ଵୈଷୟିକ ଶିକ୍ଷା ତଥା ସରକାରୀ ନିଯୁକ୍ତିରେ ଓବିସି ,ଏସଟି, ଏସି, ସଂଖ୍ୟାଲଘୁ ବର୍ଗରୁ ଛାତ୍ର ଛାତ୍ରୀ ମାନଙ୍କୁ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଦେବା,ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ପ୍ରାଥମିକ ଶିକ୍ଷକ ନିଯୁକ୍ତି ରାଜ୍ୟ ବଦଳରେ ଜିଲ୍ଲା ଭିତ୍ତିକ କରିବା, ଶିକ୍ଷା ର ଘରୋଇକରଣ ବନ୍ଦ କରି ସମସ୍ତ ଙ୍କୁ ସମାନ ଶିକ୍ଷା ବ୍ୟବସ୍ଥା କରିବା, ଓଆରଭି ଅଧିନିୟମ କୁ କଡାକଡି ଲାଗୁ କରିବା, ସିଟି, ବି ଇ ଡି,+୨ ଓ +୩ ନାମ ଲେଖାରେ ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ୯୦% ସ୍ଥାନ ସଂରକ୍ଷଣ କରିବା,ପ୍ରତ୍ୟେକ ଜିଲ୍ଲାରୁ ଏହି ବର୍ଗର ୧୦୦ ଜଣ ଗରୀବ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ପ୍ରଶାସନିକ ପରୀକ୍ଷା ପାଇଁ ମାଗଣାରେ କୋଚିଂ ବ୍ୟବସ୍ଥା କରିବା ଆଦି ଆଠଦଫା ଦାବୀ ନେଇ ସଂଗଠନ ର କର୍ମକର୍ତ୍ତା ମାନେ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେଇଥିଲେ

। ଚଳିତ ଶିକ୍ଷା ବର୍ଷ ନାମ ଲେଖା ସମୟରେ ଏହି ଦାବୀ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ରାଜ୍ୟାବ୍ୟାପୀ କରାଯିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଏହି ଗଣ ଧାରଣାରେ ସଂଗଠନ ଆବାହକ ଡମ୍ବରୁ ଧର ଲହଜଲ , ମୁନ୍ସିପାଲଟି ର ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ପ୍ରଧାନ, ଗ୍ରୀନ କଳାହାଣ୍ଡି ର ଆବାହକ ସିଦ୍ଧାର୍ଥ ନାଏକ, ଉତ୍କଳ ଯାଦବ ସମାଜ ସମ୍ପାଦକ କୀର୍ତନ ନାଏକ, ମହିଳା ମୋର୍ଚା ସଭାନେତ୍ରୀ କମଳିନୀ ଯାଦବ, ଏ ଓ ଏସ ସି ଏଫ୍ ଜିଲ୍ଲା ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କୁମାର, ଭୀମ ଆର୍ମି ର ରାଜ୍ୟ ଉପ ସଭାପତି ଆଶିଷ ନାଏକ, ଶତନାମୀ ସମାଜ କୁଳପତି କ୍ଷେତ୍ର ମୋହନ ଶତନାମୀ, କୋକସରା ବ୍ଲକ ଯାଦବ ସମାଜ ସଭାପତି ବିନୋଦ ରାଉତ, ପଣ୍ଡରା ମାଳି ସମାଜ ରୁ ସମିତି ସଭ୍ୟ ଶଙ୍କର ନାଏକ, ରତନ ନାଏକ, ବିଭୀଷଣ ନାଏକ, ଦିଗାମ୍ବର ଦୁରିଆ, ଡାକେଶ୍ୱର ଲହଜଲ ଆଦିତ୍ୟf ହଂସ,ଯଶୋବନ୍ତ ପାଣିଗ୍ରାହୀ, ମାଧବ ସୁନାନୀ, ପ୍ରଧାନୀ ବାଗ,ପଙ୍କଜ ପାଣିଗ୍ରାହୀ, ଦେବେନ୍ଦ୍ର ନାଏକ, ପୃଥିବୀ ଛତ୍ରପଲ, ପରୀକ୍ଷିତ ନାଏକ, ଓମପ୍ରକାଶ ଛତ୍ରିଆ,ଗଜାନନ ସୁନାନୀ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଏହି ଆନ୍ଦୋଳନ କୁ ସି ପି ଆଇ ଦଳ ତରଫରୁ ରାଜ୍ୟ ସମ୍ପାଦକ ଅଭୟ ସାହୁ, ଦାମୋଦର ବେହେରା, ସନ୍ତୋଷ ଜାଲ ମଧ୍ୟ ସମର୍ଥନ ଦେଇ ନିଜ ନିଜ ଅଭିଭାଷଣ ଦେଇଥିଲେ ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l