
ଆଇ ଏନ୍ ଏସ୍ ଚିଲିକା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ସୋମବାର ନୂଆ କରି ନାମ ଲେଖାଇଥିବା ପ୍ରଥମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ଅତିଥି ରୂପେ ପ୍ରଥମ ଶ୍ରେଣୀ ର ସମସ୍ତ ଅଭିଭାବକ ଯୋଗ ଦେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଅଧ୍ୟାପକ ଶ୍ରୀ ଦିବ୍ୟ ସ୍ଵରୂପ ମହାନ୍ତି ଙ୍କ ସ୍ବାଗତ ସମ୍ଭାଷଣ ଦ୍ଵାରା ଆରମ୍ଭ କରାଯାଇଥିବା କାର୍ଯକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ କରିବା ପାଇଁ ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପିଲାମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା।

ବିଦ୍ୟାଳୟ ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ଉପହାର ବଣ୍ଟନ କରିବା ସହ ପ୍ରାଚାର୍ଯ୍ୟ ଶ୍ରୀ ସୁବ୍ରତ କୁମାର ବଳିଆରସିଂହ ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ବିଦ୍ୟାଳୟ ତରଫରୁ ନିଆଯାଉଥିବା ପଦକ୍ଷେପ ଗୁଡ଼ିକ ଉପରେ ନିଜ ଅଭିଭାଷଣ ମାଧ୍ୟମରେ ଆଲୋକପାତ କରିଥିଲେ। ଶ୍ରୀ ମହାନ୍ତି ପାଠ୍ୟକ୍ରମ, ପରୀକ୍ଷା ପଦ୍ଧତି, ୟୁନିଫର୍ମ, ସହ-ପାଠ୍ୟକ୍ରମ ଗତିବିଧି ଇତ୍ୟାଦି ସମ୍ବନ୍ଧ ରେ ଚର୍ଚ୍ଚା କରିଥିଲେ ଏବଂ ଅଭିଭାବକ ମାନଙ୍କର ପ୍ରଶ୍ନ ର ଉତ୍ତର ରଖିଥିଲେ।
ପରିଶେଷରେ ପ୍ରାଥମିକ ଶିକ୍ଷକ ଶ୍ରୀ ଚିନ୍ମୟ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଏହି କାର୍ଯକ୍ରମ ରେ ଅଂଶଗ୍ରହଣ କରିବା ସହ ବିଦ୍ୟାଳୟ ର ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା ଭ୍ରମଣ କରି ଦେଖିଥିଲେ। ଅଭିଭାବକ ମାନେ ପ୍ରଥମ ଶ୍ରେଣୀ ର ବିଷୟ ଅଧ୍ୟାପକ ମାନଙ୍କ ସହ ବାର୍ତ୍ତାଳାପ କରିବା ସହ ବିଦ୍ୟାଳୟ ତରଫରୁ ଆୟୋଜିତ ‘ମାଇଁ ଫଷ୍ଟ ଡେ ଏଟ ସ୍କୁଲ ‘ ଶୀର୍ଷକ ସେଲ୍ଫି ପଏଣ୍ଟ ରେ ସେଲ୍ଫି ନେବା ନଜର ଆସିଥିଲା।

More Stories
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।
ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ଆବଶ୍ୟକ ; ବିଧାୟକ