ଚିଲିକା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନେ ବହୁ ଅଭାବ ଅସୁବିଧା ମଧ୍ୟରେ ପରିବାର ପ୍ରତିପୋଷଣ କରୁଛନ୍ତି । ଏହାକୁ ଅନୁଧ୍ୟାନ କରି ସରକାର ଙ୍କ ପକ୍ଷରୁ ଏହି ମତ୍ସ୍ୟଜୀବୀ ମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଗାଇଦେବାକୁ ସରକାର ଏବେ ଅଣ୍ଟା ଭିଡିଛନ୍ତି । କାହାକୁ ଡଙ୍ଗା , ତ’ କାହାକୁ ଜାଲ , କାହାକୁ ଡଙ୍ଗା ପାଇଁ ମେସିନ ତ’ ପୁଣି କାହାକୁ ଆର୍ଥିକ ଅନୁକମ୍ପା , ଆଉ କାହାକୁ ମାଛ ଚାଷ ପାଇଁ ଆର୍ଥିକ ସହାୟତା ଋଣ ପ୍ରଦାନ ସୁବିଧା ତ’ ପୁଣି ମତ୍ସ୍ୟଜୀବୀ ପରିବାରର ବିଦ୍ୟାର୍ଥୀ ଙ୍କ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ସରକାର , ହେଲେ ମତ୍ସ୍ୟଜୀବୀ ମାନେ ଏ ସମ୍ବନ୍ଧରେ ଅବଗତ ନଥିବାରୁ ସେମାନଙ୍କୁ ଅବଗତ କରାଉଛନ୍ତି ମତ୍ସ୍ୟ ବିଭାଗ । ସେତେବେଳେ ଜଣେ ମତ୍ସ୍ୟଜୀବୀ ସରକାରୀ ସହାୟତା ସମ୍ପର୍କରେ ମତ୍ସ୍ୟ ବିଭାଗ ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିବାକୁ ପଡୁଥିଲା ମାତ୍ର ଏବେ ମତ୍ସ୍ୟ ବିଭାଗର ଅଧିକାରୀ ଚିଲିକା କୂଳିଆ ଗାଁ ଗାଁ ବୁଲି ମତ୍ସ୍ୟଜୀବୀ ମାନଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଉଛନ୍ତି ।
ଜିଲ୍ଲା ମତ୍ସ୍ୟ ଅଧିକାରୀ , ବାଲୁଗାଁ ଅଧିନରେ ଥିବା ସମସ୍ତ ମତ୍ସ୍ୟଜୀବୀ ସୋସାଇଟି ଯଥା କାଳୁପଡାଘାଟ , ସୋରଣ , ଭୁଷଣ୍ଡପୁର , ବାଲୁଗାଁ , ନଈରୀ , ହାଟବରଡି , ମଙ୍ଗଳାଯୋଡି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ମତ୍ସ୍ୟ ବିଭାଗର ଅଧିକାରୀ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧି ଓ ମତ୍ସ୍ୟ ସୋସାଇଟିର ନିର୍ବାଚିତ ପ୍ରତିନିଧିମାନେ ସାମିଲ ହେଉଛନ୍ତି । ଆୟୋଜିତ ହୋଇଥିବା ଏହି ଜନ ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ଦାସ , ଅତିରିକ୍ତ ମତ୍ସ୍ୟ ଅଧିକାରୀ ଅଶୋକ ଇନ୍ଦୁର , ମତ୍ସ୍ୟ ବିଭାଗର ସହକାରୀ ମତ୍ସ୍ୟ ଅଧିକାରୀ ଚିନ୍ମୟୀ ଶୁଭସ୍ମିତା, ଚିଲିକା ମତ୍ସ୍ୟଜୀବୀ କେନ୍ଦ୍ର ସମବାୟ ସମିତି ର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବେହେରା , ସହକାରୀ ମତ୍ସ୍ୟ ଅଧିକାରୀ ଆଲୋକ କୁମାର ସେଠୀ , ଅତିରିକ୍ତ ମତ୍ସ୍ୟ ଅଧିକାରୀ ଅଶୋକ ଇନ୍ଦୁର ପ୍ରମୁଖ ସାମିଲ ହୋଇଥିଲେ । ପ୍ରାୟ ଦେଢ ହଜାର ମତ୍ସ୍ୟଜୀବୀ ଙ୍କୁ ଅବଗତ କରାଯାଇଛି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ( ବାଲୁଗାଁ ) ମନୋରଞ୍ଜନ ଦାସ କହିଛନ୍ତି ।
More Stories
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
ଗ୍ରିଲ ତାଡ଼ି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲେ ଦୁର୍ବୁତ୍ତ